ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଆପତ୍ତି ଜନକ ମନ୍ତବ୍ୟ ନେଇ ଥାନାରେ ଏତଲା

ନବରଙ୍ଗପୁର: ଉମରକୋଟ ଥାନା ଅଧୀନସ୍ଥ ଉମରକୋଟ ଗୁଳିପାଟଣା ସାହିର ସତ୍ୟବ୍ରତ ସାମଲ ନାମକ ଜନୈକ ବ୍ୟକ୍ତି ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଦାୟିତ୍ୱହୀନ ଓ ବେପରୁଆ ଭାବେ କଟୁ ମନ୍ତବ୍ୟ ଦେଇଛନ୍ତି। ଏଥି ସହ ସେ ଗାନ୍ଧୀଙ୍କ ଚରିତ୍ର ସଂହାର ପୂର୍ବକ ଅଶ୍ଳୀଳ ଇଂଗିତ କରି ଆପତ୍ତି ଜନକ ମନ୍ତବ୍ୟ ଦେଇ ରଙ୍ଗିଲା ଗାନ୍ଧୀ କହିବା ସହ ଗାନ୍ଧୀଙ୍କ ଚରିତ୍ର ସଂହାର କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏପରି ମନ୍ତବ୍ୟ ଦେବା ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଆଜି ଚନ୍ଦା ହାଣ୍ଡି ଥାନାରେ କ୍ଷେମରାଜ ବାଘଙ୍କ ନେତୃତ୍ୱରେ ଏତଲା ଦିଆଯାଇଛି।

ଏଭଳିକି ଗାନ୍ଧୀଙ୍କ ଚରିତ୍ରକୁ କଳା ଚରିତ୍ର ଭାବେ ଚିତ୍ରଣ କରି ଆକ୍ଷେପ କରିବାକୁ ମଧ୍ୟ ସେ ପଛାଇ ନାହାଁନ୍ତି, ଯାହା ସଂପୂର୍ଣ୍ଣ ଭାବେ ଭିତ୍ତିହୀନ କଳ୍ପକଳ୍ପିତ ଏବଂ ଗାନ୍ଧୀଙ୍କ ଗରିମାକୁ କ୍ଷୁର୍ଣ୍ଣ କରିବା ସହ ତାଙ୍କ ଚରିତ୍ରକୁ କୁତ୍ସିତ କରିବା ଛଡ଼ା ଅନ୍ୟ କିଛି ନୁହେଁ।

ଏଭଳି ଘଟଣା ଗାନ୍ଧୀଙ୍କ ସମ୍ପର୍କରେ ଆଗାମୀ ପିଢ଼ିଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି ହୋଇଛି ଏବଂ ଭାରତୀୟ ଇତିହାସକୁ କୁତ୍ସିତ କରିବା ସହ ଭାରତର ଜାତୀୟତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ ହୋଇଛି, ଯାହା ସଂପୂର୍ଣ୍ଣ ଭାବେ ଆଇନ୍‌ ସମ୍ମତ ନୁହେଁ। ମହାତ୍ମା ଗାନ୍ଧୀଙ୍କୁ ସାରା ବିଶ୍ୱରେ ଜଣେ ଆଦର୍ଶ ପୁରୁଷ ଓ ଅହିଂସାର ପୂଜାରିଭାବେ ଗ୍ରହଣ କରୁଥିବାବେଳେ ଏଭଳି ଜଣେ ଖଳ ପ୍ରକୃତିର ବ୍ୟକ୍ତି ଗାନ୍ଧୀଙ୍କ ସମ୍ପର୍କରେ ଶସ୍ତା ଓ କଟୁ ମନ୍ତବ୍ୟ ଦେବା ଦୁର୍ଭାଗ୍ୟ ଜନକ।

ନବରଙ୍ଗପୁର ଭଳି ଏକ ଶାନ୍ତି ପ୍ରିୟ ତଥା ଭାଇଚାରା ସଂପନ୍ନ ଜିଲ୍ଲାରେ ସର୍ବଦା ସାମ୍ପ୍ରଦାୟିକ ଦଙ୍ଗାକୁ ଉସୁକାଇଲା ଭଳି ମନ୍ତବ୍ୟ ଲଗାତାର ସୋସିଆଲ ମିଡ଼ିଆରେ ଦେଇଆସିଛି। ଏହାକୁ ବିରୋଧ କରି ଆଜି ଚନ୍ଦାହାଣ୍ଡିରେ ଏକ ଶୋଭାଯାତ୍ରା ଥାନାରେ ପହଞ୍ଚି ଆଇନଜୀବୀ କ୍ଷେମରାଜ ବାଘ ଏକ ଲିଖିତ ଏତଲା ପ୍ରଦାନ କରି ତୁରନ୍ତ ତାଙ୍କର ଗିରଫ ଦାବି କରିଛନ୍ତି। ଏଥିରେ ହୁମେଶ୍ୱର ହଂସ, ମୋହନ ନାଗ, କୁବେର ନିଆଲ୍‌, ଗଜେନ୍ଦ୍ର ମାଝୀ, ଜୟଦେବ ନୀଆଳ, ହେମପ୍ରସାଦ ଜଗତ, ହରେକୃଷ୍ଣ ଦୁର୍ଗା, ଗୁଣ ଧର ନେତାମ୍‌, କମଳା କୈବର୍ତ୍ତ, ଗଜମନି, ଚନ୍ଦ୍ରକାନ୍ତି, ବାସନ୍ତୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର