ଝାରସୁଗୁଡ଼ା : ଝାରସୁଗୁଡ଼ା ଠାରେ କଷ୍ଟମ ମିଲିଂ ଚାଉଳ ହଡ଼ପ ଘଟଣା ମିଲରଙ୍କ ଭାବମୂର୍ତ୍ତି ଉପରେ କଳାଦାଗ ସୃଷ୍ଟି କରିଛି। ବଜରଙ୍ଗବଲି ରାଇସ୍ ମିଲ୍ ୧୦ କୋଟି ଟଙ୍କା ସରକାରଙ୍କୁ ଚୂନ ଲଗାଇବା ଘଟଣା ଏବେ ଚର୍ଚ୍ଚାରେ ଥିବା ବେଳେ ଏହି ମିଲର ଯୋଗାଣ ବିଭାଗରେ ୧ କୋଟି ୧୦ ଲକ୍ଷ ଟଙ୍କାର ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଥିବା ଜଣାପଡ଼ିଛି। ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ପରେ ଏହି ମିଲର ବିରୋଧରେ ଆଉ ଏକ ଅଧିକ ମାମଲା ଯୋଡ଼ାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ରାଜ୍ୟ ଯୋଗାଣ ନିଗମ ଏହି ମାମଲାର ତଦନ୍ତ ପାଇଁ କ୍ରାଇମ୍ ବ୍ରାଞ୍ଚ(ଅର୍ଥନୈତିକ ଶାଖା)କୁ ଅବଗତ କରିଥିବା ବେଳେ ନକଲି ବ୍ୟାଙ୍କ ଗ୍ୟାରେଣ୍ଟି କାରବାରର ମଧ୍ୟ ତଦନ୍ତ କରିବାକୁ କୁହାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଇତି ମଧ୍ୟରେ ଜିଲ୍ଲାର ଆଉ ଦୁଇଟି ରାଇସ୍ ମିଲ ନାମରେ ଅର୍ଥ ଆତ୍ମସାତ ମାମଲାରେ ଜିଲ୍ଲାପାଳ ଥାନାରେ ଏତଲା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଜିଲ୍ଲାର ଆଉ ଦୁଇ ଜଣ ମିଲର କଷ୍ଟମ ମିଲିଂ ଚାଉଳ ବାବଦରେ ଯୋଗାଣ ବିଭାଗକୁ ଦେବାକୁ ଥିବା ୮୭ ଲକ୍ଷ ୬୪ ହଜାର ୮୦୬ ଟଙ୍କା ପ୍ରଦାନ ନକରିବାରୁ ଦୁଇ ମିଲରଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି। ଝାରସୁଗୁଡ଼ା ମାରଓ୍ଵାଡ଼ି ପଡ଼ାର ରାଜେଶ ଖଇତାନ ନାମକ ଜଣେ ବ୍ୟକ୍ତିିଙ୍କ ଏକତାଲି ଠାରେ ଥିବା ଲକ୍ଷ୍ମୀ ରାଇସ୍ ଆଣ୍ଡ ଚୁଡ଼ାମିଲ ୨୦୧୧-୧୨ ଖରିଫ ଋତୁରେ କଷ୍ଟମ ମିଲିଂ ରାଇସ ବାବଦରେ ୫୯ ଳକ୍ଷ ୨୮ ହଜାର ୩୬୩ ପ୍ରଦାନ କରିନଥିଲା। ସେହିପରି ଲଇକେରା ହଣ୍ଡାତୁପା ଗ୍ରାମରେ ଥିବା ମାରୁତି ଫୁଡ଼୍ ପ୍ରଡ଼କ୍ଟର ମାଲିକ ରମେଶ ଶର୍ମା ମଧ୍ୟ ୧୦୧୪-୧୫ ଖରିଫ ଋତୁରେ କଷ୍ଟମ ମିଲିଂ ରାଇସ୍ ବାବଦରେ ୨୮ ଲକ୍ଷ ୩୬ ହଜାର ୪୪୩ ଟଙ୍କା ଦେଇନଥିଲେ। ଏହା ଉପରେ ସାର୍ଟିଫିକେଟ କେସ୍ ଜିଲ୍ଲାପାଳଙ୍କ କୋର୍ଟରେ ଚାଲିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/rice-1.jpg)