ଅଶ୍ଲୀଳ ଗୀତ ଗାଇଥିବା ଶଂକରଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଦାବିପତ୍ର ପ୍ରଦାନ

ମାଲକାନଗିରି: ଗତ କିଛି ଦିନ ପୂର୍ବରୁ ଶଙ୍କର ଓମ ସରଣମ ନାମକ ଜଣେ ବ୍ୟକ୍ତି ବିଭିନ୍ନ ଜିଲ୍ଲାର ଝିଅ ମାନଙ୍କୁ ନେଇ ଗାଇଥିବା ଗୀତ ବିରୁଦ୍ଧରେ ଏସପିଙ୍କ ଜରିଆରେ ଡିଜିଙ୍କୁ ଦାବିପତ୍ର ଦେଲେ ମାଲକାନଗିରି ଜିଲ୍ଲାର ବଡ ଦିଦି ସଙ୍ଘଠନର କର୍ମୀ ଓ ଆନ୍ତର୍ଜାତିକ ମାନବାଧିକାର କାମିସନର ସଭାପତି ନିରଞ୍ଜନ ମଲ୍ଲ।ଭାରତ ଭଳି ଦେଶରେ ଝିଅ ମାନଙ୍କ ସୁରକ୍ଷା ପାଇଁ ଅନେକ ନିୟମ ଓ ଆଇନ ପ୍ରସ୍ତୁତ କରାଯାଉଛି।

ତେବେ ସେହି ଦେଶରେ ଶଙ୍କର ଓମ ସରଣମ ଝିଅମାନଙ୍କୁ ବିଭିନ୍ନ ଅଖ୍ୟା ଦେଇ ଗୀତ ଗାଇଥିଲେ, ଯାହାକୁ ନେଇ ଝିଅମାନଙ୍କ ମନରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି। ଏହି ଗୀତରେ କୋରାପୁଟ ଝିଅଙ୍କୁ ଗଞ୍ଜେଇ ଖାଉଥିବା କହିବା ସହ ମାଲକାନଗିରି ଝିଅକୁ ଡମ୍ପରଡାଲା ବୋଲି କୁହାଯାଇଛି। ତେବେ ଏହି ଗୀତ ଗାଇଥିବା ଗାୟକଙ୍କ ବିରୁଦ୍ଧରେ ଆକ୍ସନ ନେବା ସହ ଏହି ଗୀତକୁ ଫେସବୁକ ଓ ୟୁଟ୍ୟୁବରୁ ସମ୍ପୂର୍ଣ୍ଣ ଭାବେ ଡିଲେଟ କରିବା ସହ କ୍ଷମା ପୃର୍ବକ ଓଡ଼ିଶାର ସମସ୍ତ ନାରୀଜାତି ନିକଟରେ ଶରଣ ଯାଆନ୍ତୁ ବୋଲି ଏସ୍‌ପି ଙ୍କ ଜରିଆରେ ଡିଜିଙ୍କୁ ଏହି ଦାବିପତ୍ର ଦିଆହୋଇଛି।

ପ୍ରକାଶ ଥାଉକି ଗତ ଦୁଇ ଦିନ ତଳେ ଜୟପୁର ଏବଂ ନବରଂଗପୁର ଅଂଚଳର ମହିଳାମାନେ ଥାନାକୁ ଯାଇ ବାଲେଶ୍ବର ଜିଲ୍ଲାର ଶଂକରଙ୍କ ବିରୋଧରେ ଏତଲା ଦେବା ସହ ତାଂକ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଶଂକର ଏନେଇ ନିଜ ପ୍ରତିକ୍ରିୟା ରଖିଥିଲେ। ସେ ଯାହା କରିଛନ୍ତି ଭୁଲ କରିଛନ୍ତି ବୋଲି କିଛି ଗଣମାଧ୍ୟମ ଆଗରେ ସ୍ବୀକାର କରୁଥିଲେ ମଧ୍ୟ ମହିଳାମାନଙ୍କୁ ନେଇ ସେ ଅନେକ ଯୁକ୍ତି ବାଢିଛନ୍ତି।

ତେବେ ମାଲକାନଗିରିର ବଡିଦିଦି ଏବଂ ମାନବଧିକାର ସଂଗଠନ ତରଫରୁ ଆଗାମୀ ଦିନରେ ଏନେଇ ଆନ୍ଦୋଳନ କରାଯିବା ସହ ମହିଳାମାନଙ୍କ ପ୍ରତି ହେଉଥିବା ଏଭଳି ଅସଭ୍ୟ ଗୀତ ଏବଂ ରଚନାକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି କରାଯିବ ବୋଲି କୁହାଯାଇଛି। କିଛି ଦିନ ପରେ ମା’ ଦୁର୍ଗାଙ୍କର ପୂଜା ରହିଥିବା ବେଳେ ମା’ଙ୍କୁ କିପରି ସମ୍ମାନ ଦିଆଯାଏ ସେହି ଦିନ ହିଁ ଜଣାପଡେ। କିନ୍ତୁ ଏହି ବ୍ୟକ୍ତି ଜଣକ ନିଶ୍ଚିତ ଭାବେ ମା’ ପେଟରୁ ଜନ୍ମ ହୋଇନଥିବେ ବୋଲି କୁହାଯାଇଛି। ତୁରନ୍ତ ଶଂକରକୁ ଗିରଫ କରିବାକୁ ଦାବି ଉଠିଛି।

ସମ୍ବନ୍ଧିତ ଖବର