କଟକ: କଟକ ଟାଙ୍ଗୀ ଥାନା ଅଧିକାରୀଙ୍କ ନାଁରେ ଜାତିଆଣ ଆକ୍ଷେପକୁ ନେଇ ମାମଲା ରୁଜୁ ହୋଇଛି। ଜଣେ ଅସବର୍ଣ୍ଣ ମହିଳାଙ୍କ ଘରେ ପଶି ତାଙ୍କୁ ଦୁର୍ବ୍ୟବହାର କରିବା ଭଳି  ସାଙ୍ଘାତିକ ମାମଲା ଆଣିଛନ୍ତି ମହିଳା। ଏହି ମାମଲା ରୁଜୁ ହେବା ପରେ ଏହାର ସ୍ୱତନ୍ତ୍ର ତଦନ୍ତ କରୁଛନ୍ତି ଚୌଦ୍ଵର ଏସଡିପିଓ ସତ୍ୟବ୍ରତ ଲେଙ୍କା ।

Advertisment

publive-image

ସୂଚନା ମୁତାବକ ଟାଙ୍ଗୀ ଇଲେକ୍ଟ୍ରିକ୍ ଅଫିସରେ ମାରପିଟ ଘଟଣାକୁ କେନ୍ଦ୍ର କରି ଟାଙ୍ଗୀ ଥାନାରେ କୋଟସାହିର କିଛି ବ୍ୟକ୍ତିଙ୍କ ନାମରେ ବିଦ୍ୟୁତ ବିଭାଗ ତରଫରୁ ମାମଲା ରୁଜୁ କରାଯାଇଥିଲା। ଏହି ମାମଲା ପରେ କୋଟ ସାହିର କିଛି ଯୁବକଙ୍କୁ ଟାଙ୍ଗୀ ପୁଲିସ ଗିରଫ କରିଥିଲା। ଆଉ କିଛି ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ପୁଲିସ ବିଭିନ୍ନ ଜାଗାରେ ଛାପା ମାରୁଥିବା ବେଳେ କୋଟ ସାହିର ଅଭିଯୁକ୍ତ ବିଷ୍ଣୁ ଚରଣଙ୍କ ଘରେ ବିଳମ୍ବିତ ରାତିରେ ପହଞ୍ଚିଥିଲା। ଘର କବାଟ ବାଡ଼େଇବାରୁ ବିଷ୍ଣୁଙ୍କ ସ୍ତ୍ରୀ ରୀନା ବେହେରା ଆସି ସ୍ୱାମୀ ନାହାନ୍ତି ବୋଲି କହିଥିଲେ। ରୀନାଙ୍କ କହିବା ଅନୁଯାୟୀ ପୁଲିସକୁ ଘରେ କେହି ନାହାନ୍ତି ବୋଲି  କହିବା ପରେ ବି ପୁଲିସ ଘର କବାଟ ଭାଙ୍ଗି ଜୋର ଜବରଦସ୍ତ ଘରେ ପଶି ତାଙ୍କୁ ଦୁର୍ବ୍ୟବହାର କରିବା ସହ ଜାତିଆଣ ଆକ୍ଷେପ କରିଥିଲେ।