ମହଙ୍ଗା ପଡ଼ିଲା ବିମଳା ମନ୍ଦିରରେ ଭିଡିଓ କଲ: ୨ ବ୍ରାହ୍ମଣଙ୍କ ନାଁରେ ମାମଲା ରୁଜୁ

ପୁରୀ: ଶ୍ରୀମନ୍ଦିର ବିମଳା ମନ୍ଦିରରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ବ୍ରାହ୍ମଣ ପରିଚୟ ଦେଇ ଚଣ୍ଡୀପାଠ କରୁଥିଲେ। ଭିଡ଼ିଓ କଲ କରି ଜଜମାନଙ୍କୁ ପୂଜାର ପ୍ରମାଣ ଦେଖାଉଥିଲେ। ଏଭଳି ଅଭିଯୋଗକୁ ଆଧାର କରି ସିଂହଦ୍ୱାର ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ଶ୍ରୀମନ୍ଦିର ଆଇନ ସମେତ ସିଆରପସି ଦଫା ୨୯୫ /୩୪ ବଳରେ ମାମଲା ରୁଜୁ ହୋଇଛି। ଉଭୟଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ପରେ ପୁଲିସ ନୋଟିସ ଦେଇ ଛାଡ଼ିଦେଇଛି। ଦୁଇ ଅଭିଯୁକ୍ତ ହେଉଛନ୍ତି କପିଳେଶ୍ୱରପୁର ଶାସନର ସନ୍ତୋଷ ଦାଶ ଓ ଚନ୍ଦନପୁର ବୀରବଳଭଦ୍ରପୁରର ପ୍ରଶାନ୍ତ ମହାପାତ୍ର।

ଉଲେଖଯୋଗ୍ୟ, ଶ୍ରୀମନ୍ଦିର ଭିତରର ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରିବା ନିଷେଧ। ଏହା ଜାଣି ସୁଧା ଆଜି ସକାଳେ ଉଭୟ ବ୍ରାହ୍ମଣ ଏଠାରେ ଚଣ୍ଡୀ ପାଠର ଆୟୋଜନ କରିବା ସହ ଚଣ୍ଡୀପାଠର ସିଧା ପ୍ରସାରଣ ଜଜମାନଙ୍କୁ ଭିଡିଓ କଲ ଜରିଆରେ ଦେଖାଉଥିଲେ। ଯାହା ଧାର୍ମିକ ଭାବନାକୁ ଆଘାତ ଦେଇଥିଲା। ପୂର୍ବରୁ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଚଣ୍ଡୀପାଠର ଭିଡିଓ କଲ ଦେଖଜି ମା ବିମଳା ମଦିରର ପୂଜକ ସଦାଶିବ ପଣ୍ଡା ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ। ଏତଳାକୁ ଆଧାର କରି ପୁଲିସ ମାମଲା ରୁଜୁ କରିବା ସହ ଉଭୟଙ୍କୁ ଥାନାଙ୍କୁ ଆଣିଥିଲା।

ସମ୍ବନ୍ଧିତ ଖବର