ଟୁଇଟର୍ ବିରୋଧରେ କ୍ରାଇମବ୍ରାଞ୍ଚରେ ଏତଲା

କଟକ : ଟୁଇଟର୍ ରିଲିଜ୍ କରିଥିବା ଏକ ମ୍ୟାପରେ ଜମ୍ମୁ କଶ୍ମୀର ଓ ଲଦାଖକୁ ଅନ୍ୟ ଏକ ଦେଶ ଭାବେ ଦର୍ଶାଯାଇଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। କ୍ରାଇମବ୍ରାଞ୍ଚରେ କଟକର ଦୁଇଜଣ ଯୁବକ ଟୁଇଟର୍ ବିରୋଧରେ ଏତଲା ଦେଇଛନ୍ତି। ଭାରତ ଦାୟିତ୍ବରେ ଥିବା ଟୁଇଟରର ଦୁଇ ଅଧିକାରୀଙ୍କ ବିରୋଧରେ ଏହି ଏତଲା ଦିଆଯାଇଛି।

ସୂଚନା ଅନୁଯାୟୀ, ଟୁଇଟର୍ ଗଲା ୨୭ ତାରିଖରେ ଏକ ମ୍ୟାପ୍ ରିଲିଜ୍ କରିଥିଲା। ଯେଉଁଥିରେ ଜମ୍ମୁ କାଶ୍ମୀର ଓ ଲଦାଖକୁ ଭାରତ ଭିତରେ ନ ରଖି ଅନ୍ୟ ଏକ ସ୍ବତନ୍ତ୍ର ଦେଶ ଭାବେ ଦର୍ଶାଇବାରୁ ଉତ୍ତରପ୍ରଦେଶ ବୁଲନ୍ଦ୍‌ସହରରେ ଟୁଇଟର୍ ବିରୋଧରେ ପ୍ରଥମ ଏତଲା ହୋଇଥିଲା। ପରେ ମଧ୍ୟପ୍ରଦେଶର ଭୋପାଳରେ ଆଉ ଏକ ଏତଲା ହୋଇଥିଲା। ଆଜି କଟକରୁ କ୍ରାଇମବ୍ରାଞ୍ଚ ଓ ଡିସିପି ଅଫିସରେ ଅଭିଯୋଗ ହେବାରୁ ଚର୍ଚ୍ଚା ସୃଷ୍ଟି କରିଛି। ନୂଆବଜାରର ସମାଜସେବୀ ଚିତ୍ତରଞ୍ଜନ ମହାନ୍ତି ଓ ଛାତ୍ର ସୁପ୍ରିୟ ସତ୍ୟଦର୍ଶୀ ମହାନ୍ତି ଏହି ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର