କଟକ: ଶ୍ରୀମନ୍ଦିର ସୁରକ୍ଷା ପ୍ରସଂଗରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆଜି ହାଇକୋର୍ଟ ବାର୍ ଆସୋସିଏସନ୍ ସହଯୋଗ ଓ ସମର୍ଥନ ଲୋଡାଯାଇଛି। ଏ ନେଇ ଶ୍ରୀଜଗନ୍ନାଥ ସେନା ତରଫରୁ ହାଇକୋର୍ଟ ବାର୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଶ୍ରୀଜଗନ୍ନାଥ ସେନା ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ହାଇକୋର୍ଟର ଆଇନଜୀବୀଙ୍କ ସହିତ ଆଲୋଚନା କରିବା ସହିତ ଶ୍ରୀମନ୍ଦିର ମନ୍ଦିର ସୁରକ୍ଷା ପ୍ରସଂଗରେ ସହଯୋଗ କରିବାକୁ କହିଥିଲେ। ଏହି ଅବସରରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଶ୍ରୀମନ୍ଦିର ମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ବେଆଇନ ଖନନ ଓ ନିର୍ମାଣ କାର୍ଯ୍ୟ ଯୋଗୁଁ ବିପଦ ଦେଖା ଦେଇଛି। ଶ୍ରୀମନ୍ଦିରରେ ବହୁ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ବିନା ଅନୁମତିରେ ରାଜ୍ୟ ସରକାର ଜୋର ଜବରଦସ୍ତ ଏହି କାର୍ଯ୍ୟ କରୁଛନ୍ତି। ଏହି ପରିପ୍ରେକ୍ଷିରେ ଶ୍ରୀଜଗନ୍ନାଥ ସେନା ତରଫରୁ ପୁରୀରୁ ଦିଲ୍ଲୀ ଲଢେଇ ଜାରି ରଖିଛି। ଓଡ଼ିଶା ହାଇକୋର୍ଟର ସମସ୍ତ ଆଇନଜୀବୀଙ୍କୁ ଏହି ଲଢେଇରେ ସାମିଲ ହେବା ପାଇଁ ନିବେଦନ କରାଯାଇଛି। ଯଦି ହାଇକୋର୍ଟର ଓକିଲମାନେ ସାମିଲ ହୁଅନ୍ତି ତେବେ ନିଶ୍ଚିତ ଭାବେ ଶ୍ରୀମନ୍ଦିର ସୁରକ୍ଷିତ ହୋଇ ପାରିବ ବୋଲି ଶ୍ରୀ ପଟ୍ଟନାୟକ କହିିଛନ୍ତିି। ହାଇକୋର୍ଟ ବାର ସଂପାଦକ ଆଲୋକ ପ୍ରସାଦ ନନ୍ଦ କହିଛନ୍ତି ଯେ ଶ୍ରୀଜଗନ୍ନାଥଙ୍କ ସୁରକ୍ଷା ପାଇଁ ଆଇନ ଅନୁସାରେ ଯାହା ସମ୍ଭବ ପଦକ୍ଷେପ ନିଆଯିବ।
ଶ୍ରୀମନ୍ଦିର ସୁରକ୍ଷା ଲଢେଇରେ ହାଇକୋର୍ଟ ବାର୍ ସହଯୋଗ ଲୋଡିଲା ଶ୍ରୀଜଗନ୍ନାଥ ସେନା
/sambad/media/post_attachments/wp-content/uploads/2022/05/କଟକ୧.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)