କଟକ: କଟକରେ ଡ୍ରେନ ମରାମତି କାର୍ଯ୍ୟ ବେଳେ ଏକ ପାଚେରି ଭୁଶୁଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହେବା ଓ ଅନ୍ୟ ଶ୍ରମିକ ଆହତ ହେବା ଘଟଣାରେ କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ପ୍ରସଂଗ ନେଇ ନେଇ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ମାମଲା ରୁଜୁ ହୋଇଛି।

Advertisment

ଏହି ଖବର ପଢ଼ନ୍ତୁ: ଡ୍ରେନ୍‌ରେ ଚାପି ହୋଇଗଲେ ୩ ଶ୍ରମିକ

ହାଇକୋର୍ଟର ଆଇନଜୀବୀ ଶିବଶଙ୍କର ମହାନ୍ତି ଦାୟର କରିଥିବା ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଆବଶ୍ୟକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା। ସିଏମସି କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏଭଳି ଘଟଣା ଘଟିଥିଲା। ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ ସହ ଆହତଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏହି ଘଟଣାରେ ଏତଲା ରୁଜୁ ହୋଇଛି କି ନାହିଁ ସେ ସମ୍ପର୍କରେ କମିସନ ରିପୋର୍ଟ ତଲବ କରନ୍ତୁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ, କଟକ ଜିଲ୍ଲାପାଳ, ସିଏମସି କମିସନର ଓ କଟକ ଡିସିପିଙ୍କୁ ପକ୍ଷଭୁକ୍ତ କରାଯାଇଛି।  

ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ ସହ ଆହତଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ପ୍ରକାଶ ଥାଉ କି  ସିଏମସି ୧ ନମ୍ବର ୱାର୍ଡ ଅନ୍ତର୍ଗତ ବିଡ଼ାନାସୀ ଗୋପାଳସାହି ନାୟକସାହି ଗଳିରେ ଡ୍ରେନ୍ ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ ଗତ ୮ତାରିଖ ଦିନ ଏକ ପାଚେରି ଭୁଶୁଡି ଏସ.ଶଙ୍କର ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଶ୍ରମିକ ଆହତ ହୋଇଥିଲେ।

କଟକ ସହରରେ ସମସ୍ୟା ଭର୍ତ୍ତି ହୋଇରହିଛି। ଏଥି ମଧ୍ୟରୁ ମୁକୁଳା ଡ୍ରେନ୍‌ ହେଉଛି ଅନ୍ୟତମ ପ୍ରମୁଖ ସମସ୍ୟା, ଯେଉଁଥି ପାଇଁ ବିଗତ କିଛି ମାସ ମଧ୍ୟରେ ଏକାଧିକ ଲୋକଙ୍କର ଜୀବନ ଯାଇସାରିଛି। ପ୍ରଶାସନର ଅବହେଳା କାରଣରୁ ଜଣକ ପରେ ଜ‌ଣଙ୍କର ମୃତ୍ୟୁ ହେଉଛି। ଏହି କ୍ରମରେ ଗତବର୍ଷ ଜୁଲାଇ ୧୯ ତାରିଖରେ ମଧ୍ୟ ଜ‌ଣଙ୍କର ମୃତ୍ୟୁ ହୋଇଥିଲା। ବକ୍ସିବଜାର ଅଞ୍ଚଳରେ ଡ୍ରେନ୍‌ ନିକଟରେ ସଫେଇ କାମ କରୁଥିବା ବେଳେ ଖସିପଡ଼ିଯିବାରୁ ନରସିଂହା ରାଓ ନାମକ ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ମଧ୍ୟ କଟକ ସହରରେ ଡ୍ରେନ୍‌ରେ ପଡ଼ି ୪ ଜଣଙ୍କର ମୃତ୍ୟୁ ହୋଇସାରିଛି।