ଭୁବନେଶ୍ବର : ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ଵାଜଙ୍କୁ ଏକ ଧମକପୂର୍ଣ୍ଣ ଚିଠି ନେଇ ଆଜି ସେ କ୍ୟାପିଟାଲ ଥାନାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଆଜି ଦିନ ପ୍ରାୟ ସାଢ଼େ ୧ଟାରେ ୟାସିରଙ୍କ ନାଁରେ କଂଗ୍ରେସ ଭବନରେ ଏକ ଚିଠି ପହଞ୍ଚିଥିଲା। ସେହି ଚିଠିରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟକ୍ରମ ବନ୍ଦ ନ କଲେ ଯୋବ୍ରା ଟୋକା ଲଗାଇ ଯେମିତି ଦାଦା-ପୁତୁରାକୁ ହତ୍ୟା କରାଗଲା; ସେମିତି ତମକୁ ମଧ୍ୟ ହତ୍ୟା କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏହି ଚିଠି ମିଳିବା ପରେ ଏତାଲା ଦିଆଯାଇଛି ବୋଲି କହିଛନ୍ତି ୟାସିର୍। ତେବେ ଏ ନେଇ ମନ୍ତ୍ରୀ ଶ୍ରୀ ଜେନାଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ପ୍ରଦେଶ ଛାତ୍ର କଂଗ୍ରେସ ସଭାପତିଙ୍କୁ ଚିଠିରେ ହତ୍ୟା ଧମକ, ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଥାନାରେ ଏତଲା
/sambad/media/post_attachments/wp-content/uploads/2019/12/pratap-jena.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)