ନବ ଦାସଙ୍କୁ ଗୁଳିମାଡ଼ ଘଟଣା: ଏତଲା ଦେଲେ ବ୍ରଜରାଜନଗର ଥାନା ଅଧିକାରୀ

ନବ ଦାସଙ୍କୁ ଗୁଳିମାଡ଼ ଘଟଣା: ଏତଲା ଦେଲେ ବ୍ରଜରାଜନଗର ଥାନା ଅଧିକାରୀ

ବ୍ରଜରାଜନଗର: ନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ  ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଗୁଳି ମାରିଥିବା ଗୋପାଳ ଦାସଙ୍କୁ ଗତକାଲି ଟ୍ରାଫିକ କ୍ଲିଅରାନ୍ସ ଡିଉଟି ଦିଆଯାଇଥିଲା। ନବ ଦାସଙ୍କ ଗସ୍ତ ପାଇଁ ଅନ୍ୟ ପୁଲିସ ଅଧିକାରୀଙ୍କୁ ମଧ୍ୟ ଦିଆ ଯାଇଥିଲା ଭିନ୍ନ ଭିନ୍ନ ଡିଉଟି। ନବ ଦାସ ୧୨ଟା ୧୫ ମିନିଟ୍ ପାଖାପାଖି ସେହି ସ୍ଥାନରେ ପହଞ୍ଚିବା ପରେ ଗୋପାଳ ନିଜ ଡିଉଟି ଛାଡ଼ି ତାଙ୍କ ନିକଟକୁ ଯାଇ ଗୁଳି ମାରିଥିଲେ।

ନବଙ୍କୁ ଗୁଳି ମାରିବା ପରେ ତାଙ୍କୁ ବ୍ରଜରାଜନଗର ଥାନା ଅଧିକାରୀ  ପ୍ରଦ୍ୟୁମ୍ନ ସ୍ୱାଇଁ ରାମପୁର ପୁଲିସ ଆଉଟ ପୋଷ୍ଟ କନେଷ୍ଟବଳ କେ ସି ପ୍ରଧାନ କାବୁ କରିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ଗୋପାଳ ଆଉ ଦୁଇ ରାଉଣ୍ଡ ଫାୟାରିଂ କରିଥିଲା। ଆଉ ଦୁଇ ରାଉଣ୍ଡ ଫାୟାରିଂରେ କଳିଙ୍ଗ ନଗର ବାସିନ୍ଦା ଜୀବନଲାଲ ନାୟକ ନାମକ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ଆଇଆଇସିଙ୍କ ଆଙ୍ଗୁଳିରେ ଗୁଳି ଲାଗିଥିଲା।

ଏନେଇ ଗୋପାଳ ଦାସଙ୍କ ନାଁରେ ବ୍ରଜରାଜନଗର ଥାନାରେ ଆଇଆଇସିଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe