ଢେଙ୍କାନାଳ କମଳାଙ୍ଗଠାରେ ୭ ହାତୀ ମୃତ୍ୟୁ ଘଟଣା: ବନ ବିଭାଗ ପକ୍ଷରୁ ‘ସେସୁ’ର ୫ ଅଧିକାରୀଙ୍କ ବିରୋଧରେ ଥାନାରେ ଏତଲା

ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ କମଳାଙ୍ଗ ନିକଟରେ ଶନିବାର ଭୋର ସକାଳୁ ୭ଟି ହାତୀଙ୍କ ମୃତ୍ୟୁ ଘଟଣାରେ ବନ ବିଭାଗ ରବିବାର ସେସୁର ୫ ଜଣ ଅଧିକାରୀଙ୍କ ବିରୋଧରେ କଣ୍ଟାବଣିଆ ଥାନାରେ ଏତଲା ଦାୟର କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଢେଙ୍କାନାଳ ମଣ୍ଡଳ ନିର୍ବାହୀ ଯନ୍ତ୍ରୀ ନରେଶ ପଟ୍ଟନାୟକ, ନିର୍ବାହୀ ଅଧିକାରୀ ନିହାର ପାଣିଗ୍ରାହୀ, ସହକାରୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ନାୟକ, ଜୁନିଅର ଇଞ୍ଜିନିୟର ସଞ୍ଜୟ ମହାନ୍ତି, ଲାନଇନମ୍ୟାନ ଫିରୋଜ ପଣ୍ଡାଙ୍କ ବିରୋଧରେ ଥାନାରେ ମାମଲା ଦାୟର ହୋଇଛି।

ପୂର୍ବରୁ ବନ ବିଭାଗ ପକ୍ଷରୁ ଘଟଣା ପାଇଁ ସେସୁକୁ ଦାୟୀ କରାଯାଇଛି। ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଶନିବାର ରେଳ ବିକାଶ ନିଗମ, ବନ ବିଭାଗ ଏବଂ ସେସୁକୁ ରିପୋର୍ଟ ତଲକ କରିଛନ୍ତି। ଜିଲ୍ଲାପାଳ କହିଛନ୍ତି, ରିପୋର୍ଟ ଆସିବା ପରେ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଜିଲ୍ଲାପାଳ ୩ଟି ବିଭାଗକୁ ରିପୋର୍ଟ ତଲବ କରିବା ପାଇଁ କହିଥିବା ବେଳେ ନିର୍ମାଣାଧୀନ କମ୍ପାନୀ ‘ରାହି ଇନ୍‌ଫ୍ରାଟେକ୍‌’ର ଜଣେ ଠିକାଦାରକୁ କଣ୍ଟାବଣିଆ ଥାନା ପୁଲିସ ଅଟକ ଅଛି। ହାତୀ ମୃତ୍ୟୁ ଘଟଣାରେ ସେସୁର ସୁପରିଟେଣ୍ଡଣ୍ଟ ଇଞ୍ଜିନିୟର ନରେଶ ଚନ୍ଦ୍ର ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ନାୟକ ଏବଂ ମେରାମଣ୍ଡଳୀ ଜେଇ ସଂଜୟ ସ୍ୱାଇଁ ବହିଷ୍କୃତ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଗଜରାଜଙ୍କୁ ବିଦ୍ୟୁତ୍‌ ଝଟ୍‌କା ଆଜିର ଘଟଣା ନୁହେଁ, ଆଜକୁ ଦୁଇ ବର୍ଷ ତଳେ ଢେଙ୍କାନାଳ ସହର ଉପକଣ୍ଠ ବୋରାପଦା ଜଙ୍ଗଲରେ ଏଲ୍‌ଟି ବିଦ୍ୟୁତ୍‌ ତାର ସ˚ସ୍ପର୍ଶରେ ଆସି ଦୁଇଟି ମାଈ ଓ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିଲା। ହିନ୍ଦୋଳ, ରାସୋଳ ଅଞ୍ଚଳରେ ମଧୢ ତୁହାକୁ ତୁହା ଗଜରାଜ ବିଦ୍ୟୁତ୍‌ ଝଟ୍‌କା ଖାଇ ମୃତ୍ୟୁବରଣ କରିଛନ୍ତି। କମଳାଙ୍ଗ ଗାଁ ନିକଟରେ ରାହି ଇନ୍‌ଫ୍ରାଟେକ୍‌ କମ୍ପାନି ରେଲେଵର ଏକ ଓଭରବ୍ରିଜ୍‌ କାମ କରୁଛି। ଆଜକୁ ପ୍ରାୟ ୩ବର୍ଷ ତଳେ ବ୍ରିଜ୍‌ କାମ ପାଇଁ ସେସୁ ସେଠାକୁ ୧୧କେଭି ବିଦ୍ୟୁତ୍‌ ସ˚ଯୋଗ ଦେଇଛି। ଭୂଇଁଠାରୁ ମାତ୍ର ୩/୪ମିଟର ଉଚ୍ଚତାରେ ଏ ବିପଦପୂର୍ଣ୍ଣ ତା’ର ସବୁ ତଳକୁ ଝୁଲି ଥିବା ବେଳେ ଏହାର ମରାମତି କରାଯାଉ ନ ଥିଲା। ହାତୀପଲ ସେହି ବାଟ ଦେଇ ଧାନ ଖାଇବାକୁ ଯାଉଥିବା ବେଳେ ବିଦ୍ୟୁତ୍‌ ଝଟ୍‌କା ଖାଇଥିଲେ। ମୋଟ୍‌ ୨୦ଟି ହାତୀ ମଧୢରୁ ୭ଟିର ଶୋଚନୀୟ ମୃତ୍ୟୁ ହୋଇଛି। ଅବଶିଷ୍ଟ ୧୩ଟି ମୃତ୍ୟୁ ମୁହଁରୁ ବର୍ତ୍ତି ଯାଇଛନ୍ତି।

ସମ୍ବନ୍ଧିତ ଖବର