ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ସିଂହଦ୍ବାର ଥାନାରେ ମାମଲା ରୁଜୁ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମାମଲା ସୁପ୍ରିମ୍‌କୋର୍ଟରେ ପହଞ୍ଚି ଥିବା ବେଳେ ଆଜି ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ସିଂହଦ୍ବାର ଥାନାରେ ଏକ ମାମଲା ରୁଜୁ ହୋଇଛି। ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ମାମଲା ରୁଜୁ ହୋଇଥିବା ଜଣାଯାଇଛି। ସିଂହଦ୍ବାର ପୁଲିସ ପକ୍ଷରୁ କୁହାଯାଇଛି ଯେ, ପୁରୀ ଜିଲ୍ଲାପାଳ, ଟାଟା ପ୍ରୋଜେକ୍ଟ ମ୍ୟାନେଜର, ଓବିସିସି ନିର୍ବାହୀ ଅଧିକାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଥାନାରେ ମାମଲା ରୁଜୁ ପାଇଁ ଓକିଲ ସଂଘ ସଂପାଦକ କୋର୍ଟ ଯାଇଥିଲେ।

ଅନ୍ୟପକ୍ଷରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଓଡ଼ିଶା ସରକାର ଚଳାଇଥିବା ବେଆଇନ ଉତ୍‌ଖନନ ଏବଂ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଆଗତ ପିଟିସନ୍‌ଗୁଡ଼ିକର ଶୁଣାଣି କରି ଆଜି ସୁପ୍ରିମ୍‌ କୋର୍ଟ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତାକାଲି ଅଦାଲତ ଏହି ମାମଲାର ରାୟ ଶୁଣାଇବେ।

ବିଚରପତି ବି.ଆର୍‌. ଗୱାଇ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଅବକାଶ ଖଣ୍ଡପୀଠ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ନିର୍ମାଣ କାର୍ଯ୍ୟରୁ ରାଜ୍ୟ ସରକାରଙ୍କୁ ବିରତ କରାଯିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ୍‌ କରି ଆଗତ ଦୁଇଟି ସ୍ବତନ୍ତ୍ର ‘ଲିଭ୍‌ ପିଟିସନ୍‌’ର ଶୁଣାଣି କରିଛନ୍ତି। ମାତ୍ର ମାମଲାର ରାୟ ସଂରକ୍ଷିତ ରଖିଛନ୍ତି।

ସମ୍ବନ୍ଧିତ ଖବର