ରାଉରକେଲା: କୁକୁରକୁ ଅତ୍ୟାଚାର କରିବା ମହଙ୍ଗା ପଡ଼ିଛି। ଦୀର୍ଘଦିନଧରି ବୁଲା କୁକୁରଙ୍କୁ ନିର୍ଯାତନା ଦେଉଥିବା ବ୍ୟକ୍ତିଙ୍କ ନାଁରେ ଏତଲା ହୋଇଛି। ଅଭିଯୁକ୍ତ ହେଉଛନ୍ତି ସେକ୍ଟର-୧୭ ଏକ ବସ୍ତି ଅଞ୍ଚଳର। ସେକ୍ଟର-୧୫ ପୁଲିସ ଏକ ମାମଲା(ବିଏନ୍ଏସ୍-୩୨୫/୨୯୬/ ୩୫୧(୩)/୩(୫)/୧୧(୧) ରୁଜୁକରି ତଦନ୍ତ ଜାରିରଖିଛି।
ଅଭିଯୋଗ ଅନୁସାରେ, ସେକ୍ଟର-୧୭ ବସ୍ତିରେ ଉର୍ବଷୀ ପଣ୍ଡା, ସ୍ବାମୀ ସଙ୍କେତ ପଣ୍ଡା ସପରିବାର ରୁହନ୍ତି। ଗତ କିଛିଦିନ ହେଲା ସ୍ଥାନୀୟ ଅଞ୍ଚଳର ଅଭିଯୁକ୍ତ ସେଠାକାର ବୁଲା କୁକୁରକୁ କ୍ରମାଗତଭାବେ ନିର୍ଯାତନା ଦେଉଥିଲେ। କୁକୁରକୁ କଚାଡ଼ିବା ସହ ନିର୍ଧୁମ ପିଟୁଥିଲେ। ଏହାକୁ ଉର୍ବଷୀ ପ୍ରତିବାଦ କଲେ ଅଭିଯୁକ୍ତ ଧମକଚମକ ଦେଉଥିଲେ। ଏମିତିକି ଅଭିଯୁକ୍ତ କୁଆଡ଼େ ଦୁଷ୍କର୍ମ ଧମକ ଦେଉଥିଲେ। ଫଳରେ ଉର୍ବଷୀ ସେକ୍ଟର-୧୫ ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପୁଲିସ ଏତଲା ରଖିନଥିଲା। ଏଣୁ ସେ ପ୍ରାଣୀ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ସଂଗଠନ ‘ସ୍ପାର୍କ୍’ର ପ୍ରତିଷ୍ଠାତା ଶୁଭଶ୍ରୀ ନାୟକଙ୍କୁ ଏନେଇ ଜଣାଇଥିଲେ। ପରେ ଶୁଭଶ୍ରୀ ତାଙ୍କ ସଂଗଠନର ତାନ୍ୟା ଗୁପ୍ତା, ନିଖୀଳ କୁମାର ସିଂହ, ଅରୁଣ ଜେନା, ପ୍ରଥମ ସୁନା ପ୍ରମୁଖ ସେକ୍ଟର-୧୫ ଥାନାକୁ ଯାଇ ମାମଲା ରୁଜୁକରିବାକୁ ଅନୁରୋଧ କରିଥିଲେ। କିନ୍ତୁ ପୁଲିସ ଏତଲା ରଖିବାକୁ ସିଧାସଳଖ ମନା କରିଦେଇଥିଲେ। ଫଳରେ ଶୁଭଶ୍ରୀ ପ୍ରାଣୀସୁରକ୍ଷା କର୍ମୀ ମାନେକା ଗାନ୍ଧୀଙ୍କୁ ପତ୍ର ଲେଖି ଘଟଣା ବିଷୟରେ ଅବଗତ କରିଥିଲେ।
ଗତ କିଛିଦିନ ହେଲା ସ୍ଥାନୀୟ ଅଞ୍ଚଳର ଅଭିଯୁକ୍ତ ସେଠାକାର ବୁଲା କୁକୁରକୁ କ୍ରମାଗତଭାବେ ନିର୍ଯାତନା ଦେଉଥିଲେ। କୁକୁରକୁ କଚାଡ଼ିବା ସହ ନିର୍ଧୁମ ପିଟୁଥିଲେ। ଏହାକୁ ଉର୍ବଷୀ ପ୍ରତିବାଦ କଲେ ଅଭିଯୁକ୍ତ ଧମକଚମକ ଦେଉଥିଲେ।
ଏନେଇ ଶ୍ରୀମତି ଗାନ୍ଧୀ ରାଉରକେଲା ଏସ୍ପିଙ୍କୁ ଯୋଗାଯୋଗକରି ଘଟଣା ବିଷୟରେ ପୁଙ୍ଖାନୁପୁଙ୍ଖ ବଖାଣିବାସହ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏସ୍ପିଙ୍କ ନିର୍ଦ୍ଦେଶପରେ ସେକ୍ଟର-୧୫ ପୁଲିସ ମାମଲା ରୁଜୁକରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2024/11/15/dPs3ODjwwgdPinulSOEe.jpeg)