ଦଶରଥପୁର: ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତ ପାଟପୁର ଗ୍ରାମରେ ସୁର ପରିଡ଼ାଙ୍କ ୪ ବଖରର ଘର ଆଜି ସନ୍ଧ୍ୟାରେ ପୋଡ଼ି ପାଉଁଶ ହୋଇଯାଇଛି। ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଚାହୁଁଚାହୁଁ ସବୁ ଘରକୁ ବ୍ୟାପି ଯାଇଥିଲା। ଗ୍ରାମବାସୀ ଓ ଦଶରଥପୁର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ଘରର ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି। ସୁର ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।
ଦଶରଥପୁର ପାଟପୁର ଗ୍ରାମରେ ଅଗ୍ନିକାଣ୍ଡରେ ୪ ବଖରା ଭସ୍ମୀଭୂତ
/sambad/media/post_attachments/wp-content/uploads/2021/04/dhhs5fh456sf4h6sf4h6fs4h56fs4h564fshfshsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)