ପୁରୀ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ: ଠିଆ ହୋଇଥିବା ବେଳେ ୩ଟି ବସରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ: ପୁରୀ ବସଷ୍ଟାଣ୍ଡରେ ଜଳିଗଲା ୩ଟି ବସ। ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ପୁରୀ ବସଷ୍ଟାଣ୍ଡରେ ଠିଆ ହୋଇଥିବା ୩ଟି ବସରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଗୋଟେ ବସ ସମ୍ପୂର୍ଣ୍ଣ ଜଳିଯାଇଛି। ଅନ୍ୟ ଦୁଇଟି ବସ ଆଂଶିକ ଜଳିଥିବା ନେଇ ଜଣାପଡ଼ିଛି। ଘଟଣା ବିଷୟରେ ଖବର ପାଇଁ ଅଗ୍ନିଶମ ବିଭାଗର ୪ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପ୍ରାୟ ଦେଢ଼ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଆଜି ପ୍ରାୟ ସନ୍ଧ୍ୟା ୬ଟାରେ ବସଷ୍ଟାଣ୍ଡରେ ଥିବା ବସ୍ ନମ୍ପର ଓଡି ୦୨ଏଏଫ୯୮୨୫, ଓଆର ୦୨ବିସି ୬୩୪୪(ଭୁବନେଶ୍ବରୀ ବସ) ଏବଂ ଓଆର୧୩ସି ୧୬୭୭( ମା’ ଜୟଦୁର୍ଗା ବସ)ରେ ନିଆଁ ଲାଗିଯାଇଥିଲା। ପ୍ରଥମେ ଭୁବନେଶ୍ବରୀ ବସ(ଓଆର ୦୨ବିସି ୬୩୪୪)ରେ ହଠାତ ନିଆଁ ଲାଗିଥିବା ବେଳେ ପରେ ଏହା ଅନ୍ୟ ଦୁଇଟି ବସକୁ ନିଆଁ ବ୍ୟାପିଥିଲା। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବସ ଷ୍ଟାଣ୍ଡରେ ଥିବା ଇଲେକ୍ଟ୍ରିକ ପୋଲରେ ସର୍ଟ ସର୍କିଟ ହୋଇ କିମ୍ବା କେହି ଦୁର୍ବୃତ୍ତ ଭୁବନେଶ୍ବରୀ ବସରେ ନିଆଁ ଲଗାଇଦେଇଥିବା ଅନୁମାନ କରାଯାଉଛି। ସବୁଠାରୁ ବଡ଼ କଥା ହେଲା ବସଟି ଖାଲିଥିବାରୁ ଏହି ଦୁର୍ଘଟଣାରେ ଏହି ମୃତାହତ ହୋଇନାହାନ୍ତି।

ସମ୍ବନ୍ଧିତ ଖବର