ବ୍ରହ୍ମପୁର : ଏମ୍କେସିଜି ମେଡିକାଲରେ ଶୁକ୍ରବାର ଦିନ ପୁଣିଥରେ ଅଗ୍ନିକାଣ୍ଡ ଘଟିଛି। ମେଡିକାଲ ପରିସରରେ ଥିବା ସୁପର୍ସ୍ପେସାଲିଟି ବ୍ଲକ୍ରେ ଏହି ଅଗ୍ନିକାଣ୍ଡ ଘଟିଛି। ଫଳରେ, ବ୍ଲକ୍ର ଏସି କମ୍ପ୍ରେସର୍ ମେସିନ୍ ପୋଡ଼ି ଯାଇଥିବା ଜଣାପଡ଼ିଛି।
ଶୁକ୍ରବାର ମଧ୍ୟାହ୍ନରେ ହଠାତ୍ ବ୍ଲକ୍ର ବାହାର ପଟେ ଲାଗିଥିବା ମେସିନ୍ରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ସୁରକ୍ଷା କର୍ମୀ ସେଠାରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚିବା ସହିତ ନିଅଁାକୁ ଆୟତ୍ତ କରିଥିଲେ। ଫଳରେ, ନିଆଁ ଭିତରକୁ ବ୍ୟାପୀ ନଥିଲା। ମାତ୍ରାଧିକ ବିଦ୍ୟୁତ ଲୋଡ୍ ଯୋଗୁ ସର୍ଟସର୍କିଟ୍ ଘଟି ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।