ଚାନ୍ଦବାଲି : ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ମତୋ ବଜାରସ୍ଥିତ ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ମତୋ ବଜାରସ୍ଥିତ ଭାଗ୍ୟଲକ୍ଷ୍ମୀ ଫ୍ୟାସନ୍ ନାମକ ଏକ ଲୁଗା ଦୋକାନରେ ନିଆଁ ଲାଗିଥିବା ଜଣାଯାଇଛି। ଗତକାଲି ସନ୍ଧ୍ୟା ସମୟରେ ଦେକାନୀ ଲୁଗା ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ହେଲେ ଆଜି ସକାଳେ ଦୋକାନ ବନ୍ଦ ଥିବା ବେଳେ ଦୋକାନର ସ୍କାଏଲାଇଟ ବାଟେ ଧୂଆଁ ବାହାରୁଥିବାର ଲୋକେ ଦେଖିବାକୁ ପାଇଥିଲେ। ଦୋକାନରେ ନିଆଁ ଲାଗିଥିବା ସନ୍ଦେହ କରି ଲୋକେ ଚାନ୍ଦବାଲି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଦୋକାନ ସଟର କାଟି ନିଆଁ ଲିଭାଇବାକୁ ପ୍ରୟାସ କରିଥିଲା । ଏବେ ସୁଦ୍ଧା ନିଆଁକୁ ଆୟତ୍ତ କରିବାରେ ଅଗ୍ନିଶମ ବିଭାଗ ସଫଳ ହୋଇଛି। ଏଥିରେ ପ୍ରାୟ ୫୦ଲକ୍ଷରୁ ଅଧିକ ଲୁଗାପଟା ପୋଡ଼ି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ସଟସର୍କିଟ ଯୋଗୁଁ ଦୋକାନରେ ନିଆଁ ଲାଗିଥିବା ସନ୍ଦେହ ଉପୁଜିଛି ବୋଲି ଦୋକାନୀ ଶାନ୍ତନୁ ଭୋଇ କହିଛନ୍ତି।