କଟକ: ବାଦାମବାଡ଼ି ସିଟି ଷ୍ଟାଇଲ୍‌ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ

କଟକ: ଆଜି ସକାଳ ପ୍ରାୟ ସାଢ଼େ ଏଗାରଟାବେଳେ କଟକ ସହର ବାଦାମବାଡ଼ିସ୍ଥିତ ସିଟି ଷ୍ଟାଇଲ୍‌ ନାମକ ଏକ ସପିଙ୍ଗ୍‌ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।

ତିନି ମହଲା ବିଶିଷ୍ଟ ଏହି ପୋଷାକପତ୍ର ବିକ୍ରୟ ହେଉଥିବା ମଲ୍‌ର ସବୁ ତଳକୁ ନିଅାଁ ବ୍ୟାପୀ ଯାଇଛି। ୪ଟି ଦମକଳ ଏବଂ ୫୦ ସରିକି ଦମକଳବାହିନୀ ନିଅାଁଲିଭା କାର୍ଯ୍ୟରେ ଲାଗିଛନ୍ତି।

ମଲ୍‌ ପାଖରେ ଥିବା ଅନ୍ୟ ଏକ ହୋଟେଲ୍‌କୁ ମଧ୍ୟ ନିଅାଁ ଚରି ଯାଇଥିବା ପ୍ରକାଶ। ଏଥିରେ ଜଣେ ଆହତ ହୋଇଥିବା ପ୍ରକାଶ।
ବିଜୁଳି ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ଅଗ୍ନିକାଣ୍ଡ ଯୋଗୁଁ ଲିଙ୍କ୍‌ ରୋଡ୍‌ରୁ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ୍‌ ଯାଏଁ ଟ୍ରାଫିକ୍‌ ଜାମ୍‌ ହୋଇ ଯାଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ନିଅାଁକୁ ଆୟତ୍ତ କରାଯାଇ ପାରି ନାହିଁ।

ସମ୍ବନ୍ଧିତ ଖବର