ବିନିକା: ପ୍ଲାଷ୍ଟିକ୍ ପାଇପରେ ନିଆଁ ଲାଗି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ପାଇପ ପୋଡ଼ି ପାଉଁଶ ହୋଇଯାଇଛି। ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଲଙ୍ଗଳକଟାରେ ଘଟିଛି ଏହି ଘଟଣା।
ଖବର ଅନୁଯାୟୀ, ଲଙ୍ଗଳକଟା ରାସ୍ତାକଡ଼ରେ ଥିବା ଏକ ପଡ଼ିଆରେ ଜୁବେରି ଇଞ୍ଜିନୟରିଂ କମ୍ପାନିର ପ୍ଲାଷ୍ଟିକ୍ ପାଇପ ରହିଥିଲା। ଆଜି ହଠାତ୍ ପାଇପ୍ରେ ନିଆଁ ଲାଗିଯାଇଥିଲା, ଯାହାଫଳରେ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା ପାଇପ। ସେପଟେ ନିଆଁ ଲାଗିଥିବା ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/b204b3aa-82dc-484d-a31a-4bfb41bc4030.jpg)