କରଞ୍ଜିଆ: କରଞ୍ଜିଆ ସବ୍ ଟ୍ରେଜେରି ଅଫିସରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୪ଟା ୪୫ ମିନିଟ୍ ସମୟରେ ବେଳେ କୌଣସି କାରଣରୁ ସବ୍ ଟ୍ରେଜେରି ଅଫିସରେ ନିଆଁ ଲାଗି ଯାଇଥିଲା। ଧୂଆଁ ବାହାରିବା ଦେଖି ସେଠାରେ ଥିବା ଗାର୍ଡ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ଅଫିସର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଫାଇଲ୍ ସହିତ କେତେକ କମ୍ପ୍ୟୁଟର, ପ୍ରିଣ୍ଟର୍ ପୋଡ଼ି ନଷ୍ଟ ହୋଇଯାଇଥିଲା।
ତେବେ ନିଆଁ କିପରି ଲାଗିଲା, ତାହା ସ୍ପଷ୍ଟ ହୋଇନାହିଁ। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ସବ୍ ଟ୍ରେଜେରି ଅଫିସର କର୍ମଚାରୀ ହେମେନ୍ଦ୍ର ମୁର୍ମୁ ଉପସ୍ଥିତ ଥିବା ଜଣାଯାଇଛି।
କରଞ୍ଜିଆ ସବ୍ ଟ୍ରେଜେରି ଅଫିସରେ ଅଗ୍ନିକାଣ୍ଡ: ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମେତ କମ୍ପ୍ୟୁଟର ଓ ପ୍ରିଣ୍ଟର୍ ପୋଡ଼ି ନଷ୍ଟ
/sambad/media/post_attachments/wp-content/uploads/2021/09/Fire-in-Treasury-Office_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)