କୋଇଡା: ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଓଏମଏମ ଛକରେ ଥିବା ଜ୍ୟୋତି ଏଣ୍ଟରପ୍ରାଇଜେର୍ସରେ ସୋମବାର ରାତିରେ ନିଆଁ ଲାଗି ଯାଇଛି। ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ସୂଚନା ମିଳିଛି। ନିଆଁ ଲାଗିବା ପରେ ଆଖପାଖ ଅଞ୍ଚଳ ଲୋକେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ତତକ୍ଷଣାତ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ କେମିତି ଲାଗିଛି, କେତେ କ୍ଷତି ହୋଇଛି ତାହାର ତଦନ୍ତ କରାଯାଉଛି ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/4-20.jpg)