ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଖୁବ୍ ଶୀଘ୍ର ଆୟତ୍ତ କରାଯିବ: ଅଗ୍ନିଶମ ଡିଜି

ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଖୁବ୍ ଶୀଘ୍ର ଆୟତ୍ତ କରାଯିବ: ଅଗ୍ନିଶମ ଡିଜି

ପୁରୀ: ଲକ୍ଷ୍ମୀବଜାରରେ ଥିବା ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଆଉ କିଛି ସମୟ ଲାଗିବ ବୋଲି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବ୍ ଶୀଘ୍ର ନିଆଁକୁ ଆୟତ୍ତ କରାଯିବ। ୧୬୦ ଜଣ ଅଗ୍ନିଶମ କର୍ମଚାରୀ ନିଆଁଲିଭା କାମରେ ନିୟୋଜିତ ଅଛନ୍ତି। ୧୨ଟି ଦମକଳ ଓ ୨ଟି ଓଡ୍ରାଫ୍ ଟିମ୍ ନିଷ୍ଠାର ସହ କାମ କରୁଛନ୍ତି। ରାତିରେ ଆଲୋକର ଅସୁବିଧା ଥିବା ହେତୁ କାମ ଟିକେ କଷ୍ଟକର ଥିଲା, ହେଲେ ଏବେ ଜୋରସୋରରେ କାମ ଚାଲିଛି।

publive-image
ସୂଚନାଯୋଗ୍ୟ, ଟାଉନ୍ ଥାନା ଅନ୍ତର୍ଗତ ମରିଚିକୋଟ ଛକ ନିକଟ ଲକ୍ଷ୍ମୀବଜାରରେ ଥିବା ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ ଲାଗିଥିବା ନିଆଁକୁ ଏଯାଏ ସଂପୂର୍ଣ୍ଣ ରୂପେ ଆୟତ୍ତ କରାଯାଇ ପାରିନାହିଁ। ଗତକାଲିଠାରୁ ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଏହି ଘଟଣାରେ କେହି ଗୁରୁତର ମୃତାହତ ହୋଇଥିବା ସୂଚନା ମିଳିନାହିଁ। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

publive-image
ମିଳିଥବା ଖବର ଅନୁସାରେ, ନିଆଁ ଲାଗିଥିବା ମାର୍କେଟ କମ୍ପ୍ଲେକ୍ସରେ ପ୍ରବଳ ଧୂଆଁ ବାହାରୁଥିବାରୁ କେତେକ ଅଗ୍ନିଶମ କର୍ମଚାରୀ ଅଣନିଶ୍ବାସୀ ହୋଇପଡିବା ସହ ନିଆଁ ଲାଭାଇବାରେ ବିଳମ୍ବ ହୋଇଥିଲା। ଏଥିସହିତ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥିବା ସମ୍ରାଟ ଗେଷ୍ଟ ହାଉସରେ ଫସି ରହିଥିବା ୩ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାର୍କେଟ ପରିସରରେ ନିଆଁ ଲାଗିବା କାରଣରୁ ଅନେକଗୁଡ଼ିଏ ଦୋକାନର କ୍ଷତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe