କଣିହାଁ: ଆଜି ସକାଳେ ଏନଟିପିସି କଣିହାଁ ପ୍ଲାଣ୍ଟର ଷ୍ଟେଜ (୨) ସିଏଚପି ଏରିଆରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଟିପି ୧୫ରୁ ଟିପି ୧୬ ମଧ୍ୟରେ କନଭରବେଲ୍ଟ, ଲୁହାପୁଲି, ଟେକପ ଓ ମୋଟର ସବୁ ପୋଡ଼ି ନଷ୍ଟ ହୋଇଯାଇଛି। ଖବରପାଇ ଏନଟିପିସିର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଏନଟିପିସି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଏନଟିପିସି ଅଗ୍ନିଶମ ବିଭାଗ ଓ କଣିହାଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ସମସ୍ତ ଯନ୍ତ୍ରାଂଶ ପୋଡ଼ିପାଉଁଶ ହୋଇ ଯାଇଥିଲା। ଏହି ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତିବିଶେଷଙ୍କର କ୍ଷତି ହୋଇନାହିଁ।

Advertisment

କେଉଁ କାରଣରୁ ନିଆଁ ଲାଗିଲା, ତାର ଅନୁଧ୍ୟାନ କରାଯାଉଛି ଏବଂ ଖୁବ୍ ଶୀଘ୍ର ମରାମତି କାମ ଆରମ୍ଭ ହେବ ବୋଲି ଏନଟିପିସିର ମାନବସମ୍ବଳ ବିଭାଗର ମୁଖ୍ୟ ବି.କେ.ପାଣ୍ଡେ ପ୍ରେସ୍ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି।