ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ଗ୍ରାମରେ ଥିବା ଡଙ୍ଗନାଥ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏଠାରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଡଙ୍ଗନାଥ ଠାକୁର ଆଜି ନିଜେ ନିଆଁରେ ଜଳିଯାଇଥିବା ଦେଖିବାକୁ ମିଳିଛି ।
/sambad/media/post_attachments/wp-content/uploads/2021/02/ଦମ.jpg)
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୬ ଟା ସମୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ଗ୍ରାମରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଏକ ବଡ଼ ଧରଣର ଅଘଟଣ ଘଟିଥିବା ଦେଖିବାକୁ ମିଳିଛି। ଜଗନ୍ନାଥଙ୍କ ନାଁ ରେ ପୂଜାପାଉଥିବା ଡଙ୍ଗନାଥ ଠାକୁର ଆଜି ନିଜେ ନିଆଁ ରେ ଜଳିଯାଇଥିବା ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2021/02/12862676-338c-4a0e-808d-1e2e14a903ee.jpg)
ଏହି ଅଘଟଣ ସକାଳ ୬ ଟାରେ ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅତି ଅନ୍ୟାୟ ଯୋଗୁ ଠାକୁରଙ୍କ ଦେହରେ ଆପେ ଆପେ ନିଆଁ ଲାଗିଥିବା ନେଇ ଆଲୋଚନା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Fire-At-Jagannath-Temple_Thumbnail.jpg)
