ଭଦ୍ରକ: ଗଣିଜାଙ୍ଗ ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବେଲଦା ଗ୍ରାମରେ ଏକ କୁକୁଡ଼ା ଫାର୍ମରେ ଅଗ୍ନିକାଣ୍ଡ ଘଟିବା ଫଳରେ ୩ ହଜାର କୁକୁଡା ଜିଅନ୍ତା ଜଳିଯାଇଛନ୍ତି। ବେଲଦା ଗ୍ରାମର ବିଜୟ କୁମାର ମହାପାତ୍ରଙ୍କ କୁକୁଡା ଫାର୍ମରେ ଗତକାଲି ବିଳମ୍ବିତ ରାତିରେ ହଠାତ୍ ନିଆଁ ଲାଗିଥିଲା। ଫାର୍ମ ପାଖ ଏକ ଘରେ ବିଜୟ ଶୋଇଥିବା ବେଳେ କୁକୁଡାଙ୍କ ଶବ୍ଦ ଶୁଣି ଉଠି ପଡ଼ିଥିଲେ। ଫାର୍ମରେ ନିଆଁ ଲାଗିଥିବା ଦେଖି ସଙ୍ଗେ ସଙ୍ଗେ ସେ ଦମକଳ କେନ୍ଦ୍ରକୁ ଫୋନ୍ କରିବା ପରେ ଭଦ୍ରକ ଓ ଆଗରପଡାରୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ପ୍ରାୟ ୩ ହଜାର କୁକୁଡ଼ା ଜୀବନ୍ତଦଗ୍ଧ ହୋଇ ସାରିଥିଲେ। ବିଦ୍ୟୁତ୍ ସଟ୍ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଇଛି। ବିଜୟ ଋଣ ଆଣି କୁକୁଡ଼ା ଫାର୍ମ କରିଥିବା ବେଳେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।
କୁକୁଡ଼ା ଫାର୍ମରେ ଅଗ୍ନିକାଣ୍ଡ: ଜଳିଗଲେ ୩ ହଜାର କୁକୁଡ଼ା
/sambad/media/post_attachments/wp-content/uploads/2022/05/5f09273e-3b58-48bf-8521-59d56d087661.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)