ପୁରୀ: ପୁରୀରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ୧୦ କୋଟି ଟଙ୍କାର କାଠ ନିଆଁ ଲାଗି ଜଳିଯାଇଥିବାର ଖବର ମିଳିଛି। ପୁରୀ ନବକଳେବର ରୋଡରେ ଥିବା ସରକାରୀ ସ୍ୱୀକୃତିପ୍ରାପ୍ତ କାଠ ଗୋଲାରେ ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। କାଠଗୋଲାରେ ପ୍ରାୟ ଅଧ ଏକର ଜାଗାରେ ରଖାଯାଇଥିବା ଶାଳ, ପିଆଶାଳ, ଶାଗୁଆନ ଆଦି କାଠ ଖଣ୍ଡରେ ଲାଗିଥିଲା ନିଆଁ। ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ବୋଲି ଅନୁମାନ କରାଯାଉଥିବା ବେଳେ ନିଆଁ ପ୍ରାୟ ୬ ଘଣ୍ଟା ଧରି ଲାଗି ରହିଥିଲା।

Advertisment

publive-image

ଅଗ୍ନିଶମର ୬ଟି ଗାଡ଼ି ଲାଗି ରାତି ସାଢ଼େ ୪ଟାରେ ନିଆଁକୁ ଆୟତ୍ତ କରିଥିଲେ। ଏହାର ପ୍ରଭାବରେ ମଙ୍ଗଳା ସାହି ଓ ମଧୁବନ ଅଞ୍ଚଳକୁ ନିଆଁ ବ୍ୟାପି ଯାଇଥିଲା। ଏହା ଦ୍ୱାରା କେହି ଆହତ ହୋଇନଥିବା ବେଳେ ଅନେକ ଘର ଫାଟିଯାଇଥିବା ଦେଖିବାକୁ ମିଳିଛି। ତେବେ ଅଗ୍ନିଶମ ଗାଡ଼ି ନିଆଁକୁ ଆୟତ୍ତ କରିବାରେ ବିଫଳ ହେବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୁରୀ ପୁଲିସ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିଲା।