ରାଉରକେଲା : ରାଉରକେଲା ମହାନଗରର ପାନପୋଷ ବାଇପାସ ରୋଡ ଫିଟନେସ ପାର୍କ ଟ୍ରକ ପାର୍କିଂ ନିକଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛିl ଏହାଫଳରେ ସଠାରେ ଥିବା ୮ରୁ ଅଧିକ ଦୋକାନ ଜଳିଯାଇଛି l

Advertisment

publive-image

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ ୧୨ଟାରେ ଏଭଳି ଅଘଟଣ ଘଟିଛି l ତିନିଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି l ଜଳି ଯାଇଥିବା ଦୋକାନ ମଧ୍ୟରେ ରହିଛି ୨ଟି ଟାୟାର, ୨ଟି ଗ୍ୟାରେଜ , ମୋବିଲ, ସ୍ପେୟାର ପାର୍ଟସ ଓ କାଠ ଦୋକାନ l ନିକଟରେ ପେଟ୍ରୋଲ ପମ୍ପ ଏବଂ ଶହ ଶହ ଟ୍ରକ ଛିଡ଼ା ହୋଇଥିଲେ ମଧ୍ୟ କିଛି ସେଗୁଡ଼ିକର କିଛି କ୍ଷୟକ୍ଷତି ହୋଇନାହିଁ l