ରାଉରକେଲା: ପାନପୋଷ ଛକସ୍ଥିତ ଓମ ସ୍ଵିଟି ନାମକ ମିଠା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଦୋକାନ ଭିତରେ ଲାଗିଥିବା ନିଆଁରେ ଜଳି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଛଅ ଜଣ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହୋଟେଲର ରୋଷେୟା ବୋଲି ଜଣା ପଡିଛି। ଘଟଣାସ୍ଥଳରେ ଫାୟାର ଟିମ ଏବଂ ରଘୁନାଥପାଲି ଥାନା ପୁଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଦୋକାନର ସମସ୍ତ ଆସବାବପତ୍ର ଜଳି ଯାଇଥିବା ସହ ରୋଷେୟାର ମୃତ୍ୟୁ ହୋଇ ଯାଇଥିଲା। ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ପହଞ୍ଚି ନିଆଁକୁ କାବୁ କରିଛି। ଏହାଫଳରେ ଅନ୍ୟ ଦୋକାନଗୁଡ଼ିକ ଅଳ୍ପକେ ବର୍ତ୍ତିଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ରଘୁନାଥପାଲି ପୁଲିସ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି।
/sambad/media/post_attachments/wp-content/uploads/2022/10/0b7c34c0-eb92-4acc-81f0-d0df6d529006.jpg)
ମିଳିଥିବା ସୂଚନା ଅନୁଯାୟୀ ଶନିବାର ଦିନ ପ୍ରାୟ ସାଢେ଼ ୧୧ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଓମ ସୁଇଟ୍ସ ନାମକ ଏହି ରେଷ୍ଟୁରାଣ୍ଟରେ ସେତେବେଳେ ୭ ଜଣ କର୍ମଚାରୀ ଏବଂ କିଛି ଗ୍ରାହକ ଥିଲେ। ହଠାତ ରେଷ୍ଟୁରାଣ୍ଟ କିଚେନରେ ଏକ ଶବ୍ଦ ହେବା ସହ ନିଆଁ ଲାଗି ଯାଇଥିଲା। ସମ୍ଭବତଃ ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ନିଆଁକୁ ଦେଖି କର୍ମଚାରୀ ଏବଂ ଗ୍ରାହକମାନେ ଦୌଡ଼ି ପଳାଇ ଜୀବନ ବଞ୍ଚାଇ ଥିବା ବେଳେ ରୋଷେୟାଜଣକ ଭିତରେ ଫସି ଯାଇଥିଲେ। ଖବର ପାଇ ୩ ଟି ଫାୟାର ବ୍ରିଗେଡ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ରଘୁନାଥପାଲି ଥାନା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପୁଲିସ ଏବଂ ଫାୟାର ଟିମ ଅଗ୍ନିକାଣ୍ଡର କାରଣ ଖୋଜିବା ସହ ଘଟଣାର ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/bc4acf26-a97c-49f3-8761-076bc6fd0d4e.jpg)