ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡସ୍ଥିତ ଟିଆରଏଲ( ଟାଟା ରିଫ୍ରାକ୍ଟୋରିଜ୍ ଲିମିଟେଡ୍) କ୍ରୋସାକି କାରଖାନାର ଡୋଲୋମାଇଟ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳେ ଏହି କମ୍ପାନି ଭିତରେ ଭୟାଵହ ଅଗ୍ନିକାଣ୍ଡ ହୋଇଥିବା ବେଳେ ଏହାକୁ ଆୟତ୍ତ କରାଯାଇଥିବା ନେଇ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅଗ୍ନିକାଣ୍ଡ ସକାଳ ୮ଟାରେ ଘଟିଥିଲା।

Advertisment

ତେବେ ଏହି ଅଗ୍ନିକାଣ୍ଡ ଯୋଗୁଁ ହୋଇଥବା କ୍ଷୟକ୍ଷତି ବିଷୟରେ ଏଯାଏଁ କୌଣସି ସୂଚନା ମିଳିନାହିଁ। ଡୋଲାମାଇଟ ପ୍ଲାଣ୍ଟ ଭିତରେ ଥିବା ଗଚ୍ଛିତ ୱାକ୍ସରେ ନିଆଁ ଲାଗିଥିବା ଜୈବିକ ଅଧିକାରୀ ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ କାରଖାନା ନିକଟରେ ଥିବା ସ୍କୁଲଗୁଡ଼ିକ ଛୁଟି ହୋଇ ଯାଇଥିଲା। ଅଗ୍ନିକାଣ୍ଡ ଫଳରେ କୌଣସି ଧନଜୀବନ କ୍ଷତି ହୋଇଛି କି ନାହିଁ କାରଖାନା କର୍ତ୍ତୃପକ୍ଷ ସୂଚନା ଦେଇ ନାହାନ୍ତି।