ବରପାଲି: ବରପାଲି ଦୈନିକ ବଜାରଠାରେ କେହି ଦୁର୍ବୃତ୍ତ ଏକ ପରିବା ଦୋକାନରେ ଶୁକ୍ରବାର ମଧ୍ୟରାତ୍ରରେ ନିଆଁ ଲଗାଇ ଦେଇଥିବାରୁ ଦୋକାନ ଗୃହ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ଦୋକାନରେ ନିଆଁ ଜଳୁଥିବା ଦେଖି ନିକଟସ୍ଥ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚିବା ବେଳକୁ ଦୋକାନ ସଂପୂର୍ଣ୍ଣ ଭାବରେ ଜଳି ସାରିଥିଲା। ପରିବା ଦୋକାନରେ ପ୍ଲାଷ୍ଟିକ କେରେଟ୍ ସହ ପନିପରିବା ଭରପୂର ରହିଥିବା ଦୋକାନୀ ଦିଲୀପ ମେହେର କହିଛନ୍ତି।
ଏନେଇ ବରପାଲି ଥାନାରେ ଲିଖିତ ଅଭିଯୋଗ ହେବାପରେ ପୁଲିସ ଆସି ବିଭିନ୍ନ ସିସିଟିଭି ଫୁଟେଜ ମାଧ୍ୟମରେ ତଦନ୍ତ ଚଳାଇଛନ୍ତି। ଏଥିବ୍ୟତୀତ ଉକ୍ତ ବଜାରରେ ଥିବା ଅନ୍ୟ ଏକ ପରିବା ଦୋକାନୀଙ୍କ ତାଲା ଭଙ୍ଗାଯିବା ଏବଂ ଅନ୍ୟ ଗୋଟିଏ ପାନ ଦୋକାନ ଦୋକାନରୁ ଚୋରି ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି। ଏଠାରେ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି। ପୁଲିସ ପ୍ରଶାସନ ପକ୍ଷରୁ ପାଟ୍ରୋଲିଂ ପାଇଁ ଦୋକାନୀମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/28-19.jpg)