ବ୍ରହ୍ମଗିରି: ବ୍ରହ୍ମଗିରି ଥାନା କାଣ୍ଡଗୋଦା ଗ୍ରାମରେ ଅଘଟଣ ଘଟିଛି। ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ମନ୍ଦିରରେ ପୂଜା ପାଉଥିବା ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଶ୍ରୀବଳଭଦ୍ର ଓ ମାତା ସୁଭଦ୍ରାଙ୍କ ଶ୍ରୀବିଗ୍ରହ ପୋଡ଼ି ଯାଇଛନ୍ତି।
ସନ୍ଧ୍ୟାରେ ପୂଜକ ପୂଜା ସାରି ଘରକୁ ଯାଇ ଥିଲେ। ରାତି ସାଢ଼େ ୮ଟାରେ ମନ୍ଦିର ଭିତରୁ ଧୂଆଁ ବାହାରୁ ଥିବା ଲୋକେ ଜାଣିବାକୁ ପାଇ ଥିଲେ।
ମନ୍ଦିର କବାଟ ଭାଙ୍ଗି ଦେଖିବା ବେଳକୁ ଭିତରେ ନିଆଁ ଜଳୁଛି। ତୁରନ୍ତ ଗାଁ ଲୋକେ ନିଆଁକୁ ପାଣି ପକାଇ ଆୟତ୍ତ କରିଥିଲେ। ଅସାବଧାନତା ଯୋଗୁ ପୂଜକ ଦେଇ ଥିବା ଦୀପରୁ ନିଆଁ ଲାଗି ଥିବା ଅନୁମାନ କରାଯାଉଛି।
puri | lord jagannath
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/28/1fire-breaks-out-at-jagannath-temple-deity-burnt-down-2025-08-28-22-09-35.jpg)