କଣ୍ଟାବଣିଆ : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ସ୍ଥିତ ବିଦ୍ୟୁତ୍ ପାଓ୍ଵାର୍ ଗ୍ରୀଡ୍ରେ ଆଜି ସନ୍ଧ୍ୟାରେ ଭୟଙ୍କର ନିଆଁ ଲାଗଛି। ବିଦ୍ୟୁତ୍ ଟ୍ରାନ୍ସଫର୍ମର ହୁତ୍ହୁତ୍ ହୋଇ ଜଳିଛି। ମାତ୍ର ୩୦ମିନିଟ୍ ମଧ୍ୟରେ ଆନୁମାନିକ ପ୍ରାୟ ୩କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। କିନ୍ତୁ ଅଘଟଣର କାରଣ କିଛି ସ୍ପଷ୍ଟ ହୋଇନାହିଁ। ୮ଟି ଦମକଳ ଗାଡ଼ି ମିଳିମିଶି ନିଆଁକୁ ଆୟତ୍ତ କରିଛନ୍ତି।
ଗ୍ରୀଡ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବେଦାନ୍ତରୁ ଗ୍ରୀଡ୍କୁ ବିଦ୍ୟୁତ୍ ଯୋଗାଣ ହେଉଥିବା ଅଞ୍ଚଳରେ କୌଣସି କାରଣରୁ ହଠାତ୍ ନିଆଁ ଲାଗିଥିଲା। କେଇଟା ମୁହୂର୍ତ୍ତରେ ନିଆଁ ଭୟଙ୍କର ରୂପ ନେଇଥିଲା। ଘଟଣା ସମ୍ପର୍କରେ ଗ୍ରୀଡ୍ କର୍ତୃପକ୍ଷ ଆଖପାଖ ଅଞ୍ଚଳର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସୂଚନା ପାଇ ବଅଁରପାଳ, ଅନୁଗୁଳ ଦମକଳ କେନ୍ଦ୍ର ସମେତ ଭୂଷଣ, ଜିଏମ୍ଆର୍ ଓ ନାଲ୍କୋ କାରଖାନାର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୋଟ୍ ୮ଟି ଦମକଳ ଗାଡ଼ି ମିଳିମିଶି ନିଆଁକୁ ଆୟତ୍ତ କରିଥିଲେ।
୩୦ମିନିଟ୍ କାଳ ନିଆଁ ଜଳିଥିବା ବେଳେ ପ୍ରାୟ ୩କୋଟି ଟଙ୍କାର ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର (୫୦ଏମ୍ଭିଏ ରିଆକ୍ଟର) ଜଳି ନଷ୍ଟ ହୋଇଛି ବୋଲି ପାଓ୍ଵାର୍ ଗ୍ରୀଡ୍ର ଡିଜିଏମ୍ ପ୍ରଶାନ୍ତ କୁମାର ପାଣି କହିଛନ୍ତି। ଏତେ ବଡ଼ ଘଟଣା ଘଟିଥିଲେ ହେଁ କୌଣସି ଅଞ୍ଚଳକୁ ବିଦ୍ୟୁତ୍ କାଟ୍ କରାଯାଇନାହିଁ। ବିଦ୍ୟୁତ୍ ସରବରାହ ସ୍ୱାଭାବିକ ରହିଛି ବୋଲି ଶ୍ରୀ ପାଣି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/electrical-grid.png-f.jpg)