ଜଗତସିଂହପୁର: ପାରାଦୀପ ଇଫକୋ ଛକ ନିକଟରେ ଥିବା ବିଦେଶୀ କମ୍ୟୁନିକେସନ ମୋବାଇଲ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଛି।
ନିଆଁକୁ ଆୟତ୍ତ କରିବା ପାଇଁ ଇଫକୋ ଓ ଆର୍ସେଲର୍ ମିତ୍ତଲର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଲାଗିପଡି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ମୋବାଇଲ ଓ ବିଭିନ୍ନ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି ।
ଗତକାଲି ରାତିରେ ମୋବାଇଲ ଦୋକାନର ମାଲିକ ବିଦେଶୀ ମାଝୀ ଦୋକାନ ବନ୍ଦ କରି ଘରକୁ ଯିବା ପରେ ବିଳମ୍ବିତ ରାତି ପ୍ରାୟ ଦୁଇଟାରେ କୌଣସି କାରଣରୁ ଦୋକାନରେ ନିଆଁ ଲାଗି ଯାଇଥିଲା। ଫଳରେ ଦୋକାନଟି ହୁତୁହୁତୁ ହୋଇ ଜଳିଥିଲା ।
ଅଧିକ ପଢ଼ନ୍ତୁ: ଆଜି ନୀଳାଦ୍ରି ବିଜେ: ରସଗୋଲାରେ ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାବାହୁ
ଖବରପାଇ ଇଫକୋ ଓ ଆର୍ସେଲର୍ ମିତ୍ତଲର ନିଆଁଲିଭା ଗାଡ଼ି ପହଞ୍ଚି ନିଆଁକୁ ଲିଭାଇଥିଲେ । ହେଲେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟ୍ ଯୋଗୁ ନିଆଁ ଲାଗିଥାଇ ପାରେ ବୋଲି ଅନୁମାନ କରାଯାଉଛି । ମୋବାଇଲ ଦୋକାନରେ ଅନେକ ଗ୍ରାହକଙ୍କ ମରାମତି ମୋବାଇଲ ସହିତ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।
ଅଧିକ ପଢ଼ନ୍ତୁ: ଗୋପଳ ଖେମକା ହତ୍ୟା ଘଟଣା: ପୁଲିସ ଏନକାଉଣ୍ଟରରେ ଅଭିଯୁକ୍ତର ମୃତ୍ୟୁ
Jagatsinghpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/08/fire-breaks-out-in-mobile-shop-2025-07-08-10-57-55.jpg)