ସମ୍ବଲପୁର: ପୁଣି ଭିମ୍ସାରରେ ଅଗ୍ନିକାଣ୍ଡ। ସର୍ଟ ସର୍କିଟ୍ ହୋଇ ଭିମ୍ସାର କ୍ୟାମ୍ପସ୍ରେ ଥିବା ଷ୍ଟୋର୍ରେ ମଙ୍ଗଳବାର ଦିନ ୧୨ଟା ସମୟରେ ନିଆଁ ଲାଗିଯାଇଥିଲା। ଷ୍ଟୋର୍ରେ ଲାଗିଥିବା ୱାଲ୍ ଫ୍ୟାନ୍ ଜାମ୍ ହୋଇଯିବା ଫଳରେ ସର୍କିଟ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା ଓ ଫ୍ୟାନ୍ ହୁତୁ ହୁତୁ ହୋଇ ଜଳିଥିଲା। ସୂଚନା ପାଇଁ ଷ୍ଟିୱାର୍ଡଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୂଲ୍ୟବାନ ଜିନିଷପତ୍ରକୁ ବାହାରକୁ କାଢ଼ି ଦେଇଥିଲେ। ପରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଘଟଣା ସମ୍ପର୍କରେ ଜିଇଡି ବିଭାଗକୁ ସୂଚନା ପ୍ରଦାନ କରାଯାଇଥିବା ସମୟରେ ସେଠାକାର କର୍ମଚାରୀ ପହଞ୍ଚି ବିଦ୍ୟୁତ୍ ସରବରାହ ସ୍ବଭାବିକ କରିବା ନେଇ କାମ ଆରମ୍ଭ କରିଛନ୍ତି। ବାରମ୍ବାର ଭିମ୍ସାରରେ ସର୍ଟସର୍କିଟ୍ରୁ ଅଗ୍ନିକାଣ୍ଡ ଘଟୁଥିବା ସତ୍ତ୍ବେ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଗତ ୨ ବର୍ଷ ମଧ୍ୟରେ ଭିମ୍ସାରରେ ୩ ଥର ସର୍ଟ କର୍ସିଟ୍ରୁ ଅଗ୍ନିକାଣ୍ଡ ଘଟିଲାଣି।
ପୁଣି ଭିମ୍ସାରରେ ଅଗ୍ନିକାଣ୍ଡ: ସର୍ଟ ସର୍କିଟ୍ରୁ ଜଳିଗଲା ଷ୍ଟୋର୍ ଫ୍ୟାନ୍
/sambad/media/post_attachments/wp-content/uploads/2020/11/db440015-1a98-4e6a-be40-2dc140ad67e8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)