ନିଆଁ ଲାଗି ଚାଳ ଘର ଧ୍ବଂସ

ଯୁଯୁମୁରା: ଯୁଯୁମୁରା ବ୍ଲକ କଂସର ପଞ୍ଚାୟତ ଗଡ଼ଗଡ଼ବାହାଲ କଲୋନିପଡ଼ାରେ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ନିଆଁ ଲାଗି ସୁରୁବାଲି ମୁଣ୍ଡା (୬୦)ଙ୍କ ଛଣ ଛପର ଘର ସଂପୂର୍ଣ୍ଣ ପୋଡ଼ିଯାଇଛି। ଏଥିରେ ଘରେ ଥିବା ସମସ୍ତ ପୋଷାକପତ୍ର, ଖାଦ୍ୟ ପଦାର୍ଥ ସହ ଆସବାବପତ୍ର ଓ ଜରୁରୀ କାଗଜପତ୍ର ସବୁ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ସୌଭାଗ୍ୟ ବଶତଃ ସୁରୁବାଲିଙ୍କ ପରିବାର ଲୋକେ ବର୍ତ୍ତି ଯାଇଛନ୍ତି। କେହି ଦୁର୍ବୃତ୍ତ ଘର ପଛପଟୁ ନିଆଁ ଲଗାଇଥିବା ସୁରୁବାଲି ଅଭିଯୋଗ କରିଛନ୍ତି।

ଆଗ୍ନିକାଣ୍ଡରେ ସୁରୁବାଲିଙ୍କ ପରିବାର ପୂରା ସର୍ବସ୍ବାନ୍ତ ହୋଇ ପଡ଼ିଛନ୍ତି। ଖବରପାଇ ଯୁଯୁମୁରା ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରାୟ ୫୦ ହଜାର ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର