ବୈତରଣୀରୋଡ୍: ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ବରୁଣ୍ଡେଇ ବଜାର ନିକଟ ହାଇସ୍କୁଲ ସମ୍ମୁଖରେ ଆଜି ଏକ ଇଲେକ୍ଟ୍ରିକ ସ୍କୁଟରରେ ହଠାତ ନିଆଁ ଲାଗିଯାଇଛି। ସୌଭାଗ୍ୟବଶତଃ ଚାଳକ ଅଳ୍ପକେ ବର୍ତ୍ତିଯାଇଥିଲେ। ଅମୃତିଆ ଗ୍ରାମର ରଂଜନ କୁମାର ମହାପାତ୍ର (୩୭) ବରୁଣ୍ଡେଇ ବଜାରରେ ଏକ ଭେରାଇଟି ଷ୍ଟୋର କରିଛନ୍ତି। ଦୋକାନକୁ ଯିବାଆସିବା ପାଇଁ ଆଠମାସ ତଳେ ଏକ ଇଲେକ୍ଟ୍ରି ଚାର୍ଜିଙ୍ଗ ସ୍କୁଟର କିଣିଥିଲେ। ସବୁ ଦିନ ଭଳି ଆଜି ସ୍କୁଟର ଧରି ଆସିଥିଲେ। ହାଇସ୍କୁଲ ସମ୍ମୁଖରେ ଚଳନ୍ତା ସ୍କୁଟରରେ ନିଆଁ ଲାଗି ଧୂଆଁ ବାହାରିଥିଲା। ରଂଜନ ଏହା ଦେଖି ଗାଡ଼ି ଅଟକାଇ ଦୂରକୁ ଦୌଡ଼ି ପଳାଇଥିଲେ। ଚାହୁଁଚାହୁଁ ଗାଡ଼ିଟି ହୁତୁହୁତୁ ହୋଇ ଜଳିଥିଲା। ସ୍ଥାନୀୟ ଲୋକେ ତା’ ଉପରେ ବାଲି ପକାଇ ନିଆଁକୁ ଆୟତ୍ତ କରିଥିଲେ।
ଇଲେକ୍ଟ୍ରିକ ସ୍କୁଟରରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
/sambad/media/post_attachments/wp-content/uploads/2022/06/52398982-3a88-424c-8d33-c4a8caa04da0.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)