ରାଉରକେଲା: ରେଲୱେ କଲୋନି ବି୨୨/୨ କ୍ବାର୍ଟର୍ସ ସମ୍ମୁଖ ଘର ଅଗ୍ନିକାଣ୍ଡରେ ମଙ୍ଗଳବାର ସନ୍ଧ୍ୟାରେ ଜଳିଯାଇଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ କାବୁ କରିବା ପୂର୍ବରୁ ଘରର ସମସ୍ତ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି। ଘରେ ଭିତରେ ଫସି ରହିଥିବା ପୁରା ପରିବାର ସଦସ୍ୟଙ୍କୁ ଅଗ୍ନିଶମ କର୍ମଚାରୀ ସୁରକ୍ଷିତ ଉଦ୍ଧାର କରିଥିଲେ। କାହାର କିଛି କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ସଟ୍‌ସର୍ଟିକ୍‌ ଅବା ଅନ୍ୟ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ସ୍ପଷ୍ଟ ହୋଇନି। ସେପଟେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିବାରୁ ବଡଧରଣ ଅଗ୍ନିକାଣ୍ଡ ରୋକାଯାଇପାରିଛି। ମିଳିଥିବା ସୂଚନା ମୁତାବକ ରେଲୱେ କଲୋନି ବି ୨୨/୨ କ୍ବାର୍ଟର୍ସ ସମ୍ମୁଖରେ ବାଙ୍କ ବିହାରୀ ସାହୁ ପରିବାର ସହ ରହନ୍ତି। ଆଜି ସଂଧ୍ୟାରେ ଘରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲେ। ଘରର ଗୋଟିଏ ପାର୍ଶ୍ବ କୋଠରୀରେ ପରିବାର ସଦସ୍ୟ ଫସି ରହିଥିଲେ। ସୂଚନା ପାଇଁ ଅଗ୍ନିଶମ କର୍ମଚାରୀ ପହଞ୍ଚି ଫସି ରହିଥିବା ପରିବାରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପଡୋଶୀ ନବୀନ ଗୁପ୍ତା ଓ ତାଙ୍କ ସହଯୋଗୀ ରୋଷେଇ ଘରେ ରହିଥିବା ଗ୍ୟାସ୍‌ ସିଲିଣ୍ଡରକୁ ବାହାର କରି ଆଣିଥିବାରୁ ବିସ୍ଫୋରଣକୁ ରୋକାଯାଇ ପାରିଥିଲା।