ରାଉରକେଲା: ଆଜି ଅପରାହ୍ନରେ ଉଦିତନଗର ଦ୍ବାରିକାପୁରୀ ହୋଟେଲ ନିକଟସ୍ଥ ସ୍ପୋର୍ଟସ୍‌ ସୋ’ରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ କିଛି ଖେଳ ଉପକରଣ ଓ ପୋଷାକ ଜଳିଯାଇଛି। ଦମକଳ କର୍ମଚାରୀ ପହଞ୍ଚିବା ପୂର୍ବରୁ କର୍ମଚାରୀମାନେ ନିଆଁକୁ କାବୁ କରିଦେଇଥିଲେ। ସଟ୍‌ ସର୍କିଟରୁ ନିଆଁ ଲାଗିଥିବା ଜଣାପଡ଼ିଛି। ସୋ’ରୁମ୍‌ କର୍ମଚାରୀ ଓ ସ୍ଥାନୀୟ ଦୋକାନୀଙ୍କ ଉଦ୍ୟମ ଯୋଗୁ ବଡଧରଣର ଅଗ୍ନିକାଣ୍ଡକୁ ଏଡାଇ ଦିଆଯାଇ ପାରିଛି।

Advertisment

ଅପରାହ୍ନ ପ୍ରାୟ ୨ଟାରେ ବିଦ୍ୟୁତ୍‌ ସଟ୍‌ ସର୍କିଟରୁ ସୋ’ରୁମ୍‌ରେ ନିଆଁ ଲାଗିଯାଇଥିଲା। କର୍ମଚାରୀମାନେ ସୋ’ରୁମ୍‌ରୁ ବିଦ୍ୟୁତ୍‌ ସରବରାହକୁ ବିଚ୍ଛିନ୍ନ କରି ଦେଇଥିଲେ। ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ପ୍ରାୟ ଘଣ୍ଟାଏ ବିଳମ୍ବରେ ଦମକଳ ଘଟଣାସ୍ଥଳରେ ପହଞ୍ଚିଥିବାରୁ ଦୋକାନୀ ଓ ସ୍ଥାନୀୟଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।