ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ପାଣିଷଣ୍ଢା ଗ୍ରାମର ଘନଶ୍ୟାମ ବେହେରାଙ୍କ ପତ୍ନୀ ଓ ତାଙ୍କ ସାନଭାଇ ବାଣ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆଜି ସକାଳେ ବାଣ ଭିଡ଼ୁଥିବା ବେଳେ ହଠାତ୍ ବିସ୍ଫୋରଣ ଘଟି ଘନଶ୍ୟାମଙ୍କ ପତ୍ନୀ ଓ ତାଙ୍କ ସାନଭାଇ ଗୁରୁତର ଆହତ ହୋଇଥିଲେ।
ତାଙ୍କ ଶରୀରର ବହୁ ଅଂଶ ପୋଡ଼ିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ସେମାନଙ୍କୁ ପରିବାର ଲୋକେ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ। ମାତ୍ର ଘନଶ୍ୟାମଙ୍କ ପତ୍ନୀ ଓ ସାନଭାଇଙ୍କ ଶରୀର ପ୍ରାୟ ୬୦ ପ୍ରତିଶତ ପୋଡ଼ିଯାଇଥିବାରୁ ଡାକ୍ତର ଉଭୟଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଇଥିଲେ। ମାତ୍ର ପରିବାର ଲୋକ ସେମାନଙ୍କୁ ବାଲେଶ୍ବର ବଦଳରେ କଟକ ବଡ଼ ଡାକ୍ତରଖାନାକୁ ନେଇଯାଇଥିବା ଜଣାପଡ଼ିଛି।
ସୂଚନା ମୁତାବକ ପାଣିଷଣ୍ଢା ଗ୍ରାମର ଅମୂଲ୍ୟ ବେହେରାଙ୍କ ପରିବାର ସମେତ ଅନ୍ୟ ତିନିଚାରିଟି ପରିବାର ଦୀର୍ଘଦିନ ହେବ ବେଆଇନ୍ ବାଣ ତିଆରୁଛନ୍ତି ଏବଂ ବ୍ୟବସାୟ କରିି ପରିବାର ପ୍ରତିପୋଷଣ କରୁୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/blast1.jpg)