ଅବସର ନେଲେ ଅଗ୍ନିଶମ ଡିଜି ଏମ ଅକ୍ଷୟ

କଟକ : ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ମଙ୍ଗଳବାର ଦିନ ଏମ ଅକ୍ଷୟ ଅବସର ନେଇଛନ୍ତି। ୧୯୮୮ ବ୍ୟାଚର ଏହି ଆଇପିଏସ ଅଫିସର ଆଜି ଅବସର ନେବାପରେ ତାଙ୍କ ସ୍ଥାନରେ ଅରୁଣ କୁମାର ରାୟଙ୍କୁ ଅତିରିକ୍ତ ଦାୟିତ୍ୱ ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ୧୯୮୮ ବ୍ୟାଚର ସ୍ପେଶାଲ ଡିଜି କମ୍ୟୁନିକେସନ ଭାବେ କାର୍ଯ୍ୟରତ ଶ୍ରୀ ରାୟ ଏହି ଦାୟିତ୍ୱ ତୁଲାଇବେ। ସତ୍ୟଜିତ ମହାନ୍ତି ସ୍ବେଚ୍ଛାକୃତ ଅବସର ନେବା ପରେ ତାଙ୍କ ସ୍ଥାନରେ ଗଲା ମାର୍ଚ୍ଚ ୯ ତାରିଖରୁ ଶ୍ରୀ ଅକ୍ଷୟ ଅଗ୍ନିଶମ ଡିଜି ଭାବେ କାର୍ଯ୍ୟ କରି ଆସୁଥିଲେ। ଅକ୍ଷୟ କେନ୍ଦ୍ରାପଡ଼ା, କଳାହାଣ୍ଡି, ମୟୁରଭଞ୍ଜ, ଅନୁଗୁଳ, କଟକ ଜିଲ୍ଲାରେ ଅତୀତରେ ଏସପି ଭାବେ କାର୍ଯ୍ୟ କରିଛନ୍ତି। ଏହା ସହିତ ବାଲେଶ୍ବରର ରେଞ୍ଜ ଡିଆଇଜି, ଭିଜିଲାନ୍ସ ଡିଆଇଜି, ପରିବହନ କମିସନର, ଏସସିଆରବି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦକ୍ଷତାର ସହିତ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର