ଆଖଣ୍ତଳମଣିଙ୍କ ଭଣ୍ତାର ଘରେ ଅଗ୍ନିକାଣ୍ତ, ପୋଡ଼ିଗଲା ଶହଶହ ବର୍ଷର ପୋଥି

ଆରଡି : ଓଡ଼ିଶାର ପ୍ରମୁଖ ଶୈବପୀଠ ଭଦ୍ରକ ଆରଡିସ୍ଥିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଭଣ୍ତାର ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ରୁପା, କ˚ସା, ପିତ୍ତଳ, ତମ୍ବା ଧାତୁରେ ନିର୍ମିତ ବାସନ ସମେତ ଠାକୁରଙ୍କ ବଡସି˚ହାର ବେଶରେ ବ୍ୟବହୃତ ପାଟବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଶହଶହ ବର୍ଷର ପୋଥି ଏବଂ ବହୁ ଆଧ୍ୟାତ୍ମିକ ଗ୍ରନ୍ଥ ମଧ୍ୟ ଜଳିପୋଡି ପାଉଁଶ ହୋଇଯାଇଛି।

ରାତ୍ର ଜଗୁଆଳିଙ୍କ କହିବା ମୁତାବକ, ରାତି ପ୍ରାୟ ସାଢେ ୧୨ଟା ବେଳକୁ ମନ୍ଦିର ବେଢା ମଧ୍ୟରେ ଥିବା ଭଣ୍ତାର ଘର ଭିତରୁ ଧୂଆଁ ବାହାରିଥିଲା। ଜଗୁଆଳିଙ୍କଠାରୁ ଖବର ପାଇ ମନ୍ଦିର ସହ ପରିଚାଳକ ସୁଧାକର ବିଶ୍ବାଳ ଚାବି ଆଣି ଖୋଲିବା ପରେ ଭଣ୍ତାର ଘର ହୁତ୍‌ହୁତ୍‌ ହୋଇ ଜଳୁଥିବା ‌ଦେଖିବାକୁ ପାଇଥିଲେ। ପରେ ମନ୍ଦିର କର୍ମଚାରୀ, ସ୍ଥାନୀୟ ଲୋକ ଓ ସେବାୟତ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କ୍ଷଣକ ମଧ୍ୟରେ ସବୁକିଛି ପୋଡ଼ି ପାଉଁଶ ହୋଇଯାଇଥିଲା। ଧାମନଗରରୁ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ପହଞ୍ଚିବା ବେଳକୁ ଧ୍ବଂସସ୍ତୁପ ପାଲଟି ସାରିଥିଲା ଭଣ୍ଡାର ଗୃହ। ଅଗ୍ନିକାଣ୍ଡର କାରଣ କିଛି ଜଣାପଡ଼ିନାହିଁ। ଆଜି ମଣିବାବାଙ୍କ ସକାଳ ନୀତି ନିମନ୍ତେ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ନୂତନ ସାମଗ୍ରୀ ଯୋଗାଡ଼ କରାଯିବା ପରେ ସକାଳ ନୀତି ଓ ପୂଜାର୍ଚ୍ଚନା ସଂପନ୍ନ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର