ଭୁବନେଶ୍ବର: ଆଜି ବିଳମ୍ବିତ ରାତିରେ ଅଶୋକ ନଗର ନିକଟରେ ଥିବା ଆର୍ଯ୍ୟ ପ୍ୟାଲେସ ହୋଟେଲର ରୋଷେଇ ଘରେ ନିଆଁ ଲାଗିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ରାତି ପ୍ରାୟ ୧ଟା ବେଳେ ହୋଟେଲର ରୋଷେଇ ଘରେ ନିଆଁ ଲାଗିଥିବା କର୍ମଚାରୀମାନେ ଜାଣିବାକୁ ପାଇଥିଲେ ।
/sambad/media/post_attachments/wp-content/uploads/2020/01/1fba2aaa-ff2a-4cc2-8b00-2e97cd8640d9-300x225.jpg)
ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କିଛି ଅଘଟଣ ଘଟିବା ପୂର୍ବରୁ ନିଆଁକୁ ଆୟତ କରିଥିଲେ । ନିଆଁ ଲାଗିବାର ସୂଚନା ମିଳିବା ପରେ ହୋଟେଲରେ ଥିବା ଅତିଥି ଓ କର୍ମଚାରୀମାନେ ଭୟରେ ଦୌଡିବାରେ ଲାଗିଥିଲେ, ଯାହା ଫଳରେ ୫ରୁ ୬ ଜଣ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/52d8923e-4c0e-4ef2-b19c-91420a93abeb.jpg)