ଭୁବନେଶ୍ବର: ଆର୍ଯ୍ୟ ପ୍ୟାଲେସ ହୋଟେଲରେ ନିଆଁ, ୫ ଆହତ

ଭୁବନେଶ୍ବର: ଆଜି ବିଳମ୍ବିତ ରାତିରେ  ଅଶୋକ ନଗର ନିକଟରେ ଥିବା  ଆର୍ଯ୍ୟ ପ୍ୟାଲେସ ହୋଟେଲର ରୋଷେଇ ଘରେ ନିଆଁ ଲାଗିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ରାତି ପ୍ରାୟ ୧ଟା ବେଳେ ହୋଟେଲର ରୋଷେଇ ଘରେ ନିଆଁ ଲାଗିଥିବା କର୍ମଚାରୀମାନେ ଜାଣିବାକୁ ପାଇଥିଲେ ।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କିଛି ଅଘଟଣ ଘଟିବା ପୂର୍ବରୁ ନିଆଁକୁ ଆୟତ କରିଥିଲେ । ନିଆଁ ଲାଗିବାର ସୂଚନା ମିଳିବା ପରେ ହୋଟେଲରେ ଥିବା ଅତିଥି ଓ କର୍ମଚାରୀମାନେ ଭୟରେ ଦୌଡିବାରେ ଲାଗିଥିଲେ, ଯାହା ଫଳରେ ୫ରୁ ୬ ଜଣ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର