ସମ୍ବଲପୁର : ମଙ୍ଗଳବାର ସକାଳ ୧୦ଟା ୨୫ରେ ବୁର୍ଲା ମେଡିକାଲର ହୃଦ୍ରୋଗ ବିଭାଗ ଠାରୁ ମାତ୍ର ୧୦ ମିଟର ଦୂରରେ ଯାଇଥିବା ଅତ୍ୟନ୍ତ ବିପଦସଙ୍କୁଳ ୧୧ କେଭି ତାରରେ ସର୍ଟ ସର୍କିଟ ଘଟି ଅଗ୍ନିକାଣ୍ଡ ହୋଇଥିଲା। ତାର ମଝିରେ ଜଏଣ୍ଟ ହୋଇଥିବାରୁ ଲୋଡ ନେଇନପାରି ଏଭଳି କାଣ୍ଡ ଘଟିଥିଲା। ତାର ଛିଣ୍ଡି ତଳେ ପଡ଼ି ହୁତ୍ ହୁତ୍ ହୋଇ ଜଳିବା ପରେ ହୃଦ୍ରୋଗ ବିଭାଗ କାନ୍ଥକୁ ଲାଗି ରହିଥିବା ଦେବଦାରୁ ଗଛଗୁଡ଼ିକ ମଧ୍ୟ ଜଳି ଯାଇଥିଲା। ସୂଚନା ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅଧଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କରିଥିଲା। ତାର ଜଳିବା ପରେ ଗୋଟିଏ ପଟେ ହୃଦ୍ରୋଗ ବିଭାଗରେ ଥିବା ରୋଗୀ ଓ ଅନ୍ୟପଟେ ରାସ୍ତାରେ ଯାଉଥିବା ଶହ ଶହ ଲୋକେ ଆତଙ୍କିତ ହୋଇଯାଇଥିଲେ। ଏନେଇ ବୁର୍ଲା ୱେସ୍କୋ ଏସ୍ଡିଓ ରଞ୍ଜନ ପଣ୍ଡାଙ୍କୁ ଯୋଗାଯୋଗ କରାଯିବାରେ ଜମ୍ଫରିଂ ଯୋଗୁଁ ଜଏଣ୍ଟ ଜାଗାରେ ସର୍ଟ ସର୍କିଟ ଘଟିବା ସ୍ବଭାବିକ କଥା ବୋଲି କହିଥିଲେ। ତେବେ ସ୍ଥିତି ଅନୁଧ୍ୟାନ କରି ସମ୍ପୂର୍ଣ୍ଣ ତାର ବଦଳାଯିବ ବୋଲି ଶ୍ରୀ ପଣ୍ଡା କହିଥିଲେ।
ଭିମ୍ସାର କାର୍ଡିଓଲୋଜି ବିଭାଗ ପଛପଟେ ଅଗ୍ନିକାଣ୍ଡ
/sambad/media/post_attachments/wp-content/uploads/2019/05/SBPHO21-SB2111-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)