ଆନନ୍ଦପୁର : ଆନନ୍ଦପୁର ଥାନା ବାଙ୍ଖିଡ଼ି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଭସ୍ମୀଭୂତ ହୋଇ ଯାଇଥିବା ବେଳେ ଗ୍ୟାସ ଟାଙ୍କି ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତି ୧୦ଟାରେ ଗ୍ରାମର ଚକ୍ରଧର ବାରିକଙ୍କ ଘରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ୩ ବଖରା ଓ ସମସ୍ତ ଆସବାବପତ୍ର ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା। ନିଆଁ ଲିଭାଇବା ପାଇଁ ଗ୍ରାମବାସୀ ଲାଗି ପଡିଥିବା ବେଳେ ରୋଷେଇ ଘରେ ଥିବା ଗ୍ୟାସଟାଙ୍କି ବିସ୍ଫୋରଣ ହେବା ସହିତ ଫାଟି ଯାଇଥିଲା। ଏଥିରେ ଗ୍ରାମର ସୁଦର୍ଶନ ନାଇକ (୩୩) ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ତିନି ଜଣ ମଧ୍ୟ ଆହତ ହୋଇଛନ୍ତି। ସୁଦର୍ଶନଙ୍କ ବାମ ହାତରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ବାଙ୍ଖିଡ଼ିରେ ଅଗ୍ନିକାଣ୍ଡ; ଗ୍ୟାସ୍ ଟାଙ୍କି ବିସ୍ଫୋରଣରେ ଜଣେ ଗୁରୁତର
/sambad/media/post_attachments/wp-content/uploads/2018/01/anandapur.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)