ବାରପାହାଡ଼ ଜଙ୍ଗଲରେ ଲିଭୁନି ନିଆଁ 

ମେଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ନାଇକେନପାଲି ସେକସନ୍ ତଥା ମେଣ୍ଡା ଖଗସାକନା ବିଟ୍ ଅନ୍ତର୍ଗତ ଖଗସାକନା ପାଖରେ ଥିବା ବୀରପାହାଡ଼ ଜଙ୍ଗଲ ଦୀର୍ଘ ୭ଦିନ ଧରି ଜଳୁଛି। ନାରାୟଣପୁର ଫରେଷ୍ଟର ଅଜୟ ବାରାଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ରବିବାର ମାଝି ମୁଣ୍ଡା ଓ ଡୁମେରଖୋଲ ପଟରୁ ନିଆଁ ଖଗସାକନା ପଟକୁ ବ୍ୟାପିଛି। ଆମର ସମସ୍ତ କର୍ମୀ ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି ବୋଲି କହିଛନ୍ତି। ଏଭଳି ଭାବରେ ଜଙ୍ଗଲରେ ନିଆଁ ଲାଗିବାରୁ ପଶୁ ପକ୍ଷୀ, ଜୀବଜନ୍ତୁଙ୍କ ଜୀବନ ସଂକଟାପନ୍ନ ହେଉଛି। ଏହାସହ ମୂଲ୍ୟବାନ୍‌ ଗଛପତ୍ର ନଷ୍ଟ ହେଉଛି। ଫରେଷ୍ଟର ଅଜୟ ବାରା, ଫରେଷ୍ଟଗାର୍ଡ ସତ୍ୟବାନ ରଣା ସହ ଅନେକ କର୍ମଚାରୀ ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର