ହାଟଡିହି,: ହଦଗଡ଼ ରେଞ୍ଜ ଅଧୀନରେ ଥିବା ବଉଳା ପାହାଡ଼ରେ ଗତକାଲି ପୂର୍ବାହ୍ନ ୧୧ଟାରୁ ନିଆଁ ଲାଗିଛି। ନିଆଁ ଧୀରେଧୀରେ ଚାରିଆଡ଼କୁ ମାଡ଼ିବାରେ ଲାଗିଛି। ଅନେକ ଗଛପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ସେହିପରି ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ପାଖ ଗାଁ ଗୁଡ଼ିକରେ ପ୍ରବଳ ଗରମ ଅନୁଭୂତ ହେଉଛି।

Advertisment

ବନ ବିଭାଗ ପକ୍ଷରୁ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଅନେକ ଅମାନିଆଙ୍କ ଯୋଗୁଁ ଦିନକୁ ଦିନ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। କେବଳ ବଉଳା ପାହାଡ଼ ନୁହଁ ଅସିଆ, ବଣିଆହୁଡି, ରଙ୍ଗମାଟିଆ, ପୁରୁଣାପାଣି ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି। ବନ ବିଭାଗ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି। ଏ ସମ୍ପର୍କରେ ହଦଗଡ଼ ରେଞ୍ଜର ସୁମିତ ମହାନ୍ତିଙ୍କୁ ପଚାରିବାରୁ, କିଛି ଲୋକ ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। କର୍ମଚାରୀ ଅଭାବ ଯୋଗୁଁ ନିଆଁ ଲିଭାଇବାରେ ସମସ୍ୟା ହେଉଛି। ତଥାପି ଯେତିକି କର୍ମଚାରୀ ଅଛନ୍ତି ସେମାନଙ୍କୁ ଦିନରାତି ନିଆଁଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।