ସମ୍ବଲପୁର, ୧।୩ (ଇମିସ): ବୁଧବାର ଭୋର୍ ୩ଟା ସମୟରେ ଚାଉଁରପୁର ଛକ ନିକଟରେ ଏକ ପାନ ଦୋକାନରେ ନିଆଁ ଲାଗିଯାଇଥିଲା। ସୂଚନା ପାଇ ସମ୍ବଲପୁର ଅଗ୍ନିଶମ ଟିମ୍ ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲା। ପାଣି ପକାଇ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ପ୍ରସ୍ତୁତ ହେଉଥିଲେ। ହଠାତ୍ ଗ୍ୟାସ୍ ସିଲିଣ୍ଡର ଫାଟିଯିବାରୁ ୪ ଜଣ ଅଗ୍ନିଶମ କର୍ମଚାରୀ ଗୁରୁତର ହୋଇଥିଲେ।
ତୁରନ୍ତ ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠା ଯାଇଥିଲା। ହାବିଲଦାର ରଘୁମଣି କାଲୋ ଏବଂ ଫାୟାର୍ ମ୍ୟାନ୍ ଅଜୟ ମିଞ୍ଜ୍ ଓ ରତିକାନ୍ତ ମାଝୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠା ଯାଇଥିଲା। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ଅନ୍ୟତମ ଆହତ ଫାୟାର୍ ମ୍ୟାନ୍ ଶ୍ରୀକାନ୍ତ ମଲ୍ଲିକ ବୁର୍ଲାରୁ ଡିସ୍ଚାର୍ଜ ହୋଇ ଘରକୁ ଫେରିଛନ୍ତି। ବିଦ୍ୟୁତ୍ ସର୍ଟସର୍କିଟ୍ରୁ ଦୋକାନରେ ନିଆଁ ଲାଗିଥିବା ଅଗ୍ନିଶମ ବାହିନୀ ପକ୍ଷରୁ ଅନୁମାନ କରାଯାଉଥିବା କହାଯାଇଛି।