ଭଣ୍ଡାରିପୋଖରୀରେ ଅଗ୍ନିକାଣ୍ଡ: ଜଳିଗଲା ୧୦ବଖରା ଘର

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଥାନା ସରସଦା ପଞ୍ଚାୟତ କୁରିକଣା ଗ୍ରାମରେ ଆଜି ସନ୍ଧ୍ୟା ପ୍ରାୟ ୭.୩୦ମିନିଟ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଗ୍ରାମର ସୁବାଷ ସେନାପତି ଓ ସୁରେଶ ସେନାପତିଙ୍କ ବାସଗୃହରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିବା ବେଳେ ୧୦ବଖରା ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ସୂଚନା ମିଳିଛି।

ଦୀର୍ଘଦିନ ହେବ ବର୍ଷାପାଣି ନଥିବାରୁ ନଡ଼ା ଛପର ବାସଗୃହଗୁଡିକ ସୁସ୍କ ଅବସ୍ଥାରେ ଥିଲା। ସେଥିରେ ନିଆଁ ଲାଗି ଯିବାରୁ ସବୁ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ପାଖକୁ ଗାଁ, ସାହିପଡ଼ିଶା ଲୋକେ ଲିଭାଇବା ପାଇଁ ଯାଇପାରିନଥିଲେ। ଏହାଛଡା ପାଖରେ କୌଣସି ପୁଷ୍କରିଣୀ ନଥିବାରୁ ନିଆଁ ଲିଭାଇବାରେ ବାଧା ଉପୁଜିଥିଲା। ଖବର ପାଇ ଭଣ୍ଡାରିପୋଖରୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା ସେତେବେଳକୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିଲା। ରାତି ହୋଇଯାଇଥିବାରୁ କ୍ଷୟକ୍ଷତିର ସଠିକ ଆକଳନ କରାଯାଇ ପାରିନଥିଲେ ସୁଦ୍ଧା ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର