ସମ୍ବଲପୁର : ସୋମବାର ଦିନ ୧୦ଟାରେ ବୁର୍ଲା ପାଓ୍ଵାର ହାଉସ୍ରେ ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା କୁହାଯାଇଛି। ପାଓ୍ଵାର ହାଉସ୍ର ୨ ନମ୍ବର ୟୁନିଟ୍ରେ ମରାମତି ପାଇଁ ଛାତ ଉପରେ ଓ୍ଵଲିଡ଼ିଂ କାମ ଚାଲିଥିଲା। ଠିକା ସଂସ୍ଥାର କର୍ମଚାରୀମାନେ କାମ କରୁଥିଲେ। ଓ୍ଵଲଡିଂ ବେଳେ ନିଆ ଝୁଲା ତଳେ ପଡ଼ି ଥିଲା। ତଳେ ଲିକେଜ୍ ତେଲ ଆଦି ପଡ଼ି ରହିଥିବାରୁୁ ଏଥିରେ ସଂଗେସଂଗେ ନିଆଁ ଧରି ବ୍ୟାପିବାକୁ ଲାଗିଥିଲା। ଆଉ କେବୁଲରେ ମଧ୍ୟ ଲାଗି ଯାଇଥିଲା। ପାଓ୍ଵାର ହାଉସ୍ କର୍ମଚାରୀ ଓ ଠିକା ସଂସ୍ଥାର କର୍ମଚାରୀମାନେ ବେଶ୍ ତତ୍ପରତା ଦେଖାଇ ନିଆଁ ଲିଭା ଗ୍ୟାସ ପ୍ରୟୋଗ କରିିଥିଲେ। ଅଗ୍ନିଶମ କେନ୍ଦ୍ରକୁ ବି ସୂଚନା ଦିଆଯାଇଥିଲା। ମାତ୍ର ଅଗ୍ନିଶମ ବାହିନୀ ପହଂଚିବା ପୂର୍ବରୁ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଦେଇଥିଲେ। ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଉଥିବା ବେଳେ ୟୁନିଟ୍ମୁଖ୍ୟ ଜ୍ଞାନରଂଜନ ଦାଶ ସାମାନ୍ୟ କ୍ଷୟକ୍ଷତି ହୋଇଥିବା କହିଛନ୍ତି। କର୍ମଚାରୀମାନଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ଏଡ଼େଇ ଦିଆଯାଇ ପାରିଛି।
ପାଓ୍ଵାର ହାଉସ୍ରେ ଅଗ୍ନିକାଣ୍ଡ
/sambad/media/post_attachments/wp-content/uploads/2017/12/Hirakud_Dam.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)